Categories: ଜାତୀୟ

ବ୍ରୁ ଶରଣାର୍ଥୀ ଚୁକ୍ତି: ୩୪ ହଜାରଙ୍କୁ ମିଳିବ ଭାରତୀୟ ନାଗରିକତା

ନୂଆଦିଲ୍ଲୀ,୧୬।୧: ବ୍ରୁ ଶରଣାର୍ଥୀଙ୍କୁ ନେଇ ଏକ ଚୁକ୍ତି କରାଯାଇଛି। ଏହାଦ୍ୱାରା ପ୍ରାୟ ୩୪ ହଜାର ବ୍ରୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ଆୟୋଜିତ ଏକ ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବ୍ରୁ ଶରଣାର୍ଥୀଙ୍କ ପ୍ରତିନିଧି, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମ୍‌ଥାଙ୍ଗଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଛି। ବୁଝାମଣା ଅନ୍ତର୍ଗତ ବ୍ରୁ ଶରଣାର୍ଥୀଙ୍କୁ ତ୍ରିପୁରାରେ ଥଇଥାନ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ପ୍ରଦାନ କରାଯିବ।

Share