ବ୍ରେକ୍‌ଅପ୍‌ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ ଅତିତରେ ସିଦ୍ଧାର୍ଥ ତାରାଙ୍କୁ ଡେଟ୍‌ କରୁଥିବା ବେଳେ ଏବେ କୁଆଡେ ଅଲଗା ହୋଇସାରିଛନ୍ତି। ହେଲେ ଭଲପାଇବାକୁ ଭୁଲିପାରିନାହାନ୍ତି ତାରା। ନିକଟରେ ଏକ ସାକ୍ଷାତକାର ସମୟରେ ଏହା ସ୍ପଷ୍ଟ ହୋଇଛି।

ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଉଥିଲେ ସିଦ୍ଧାର୍ଥ-ତାରା। ଏହି ସମୟରେ ସେଠାରେ ରାପିଡ୍‌ ଫାୟାର ରାଉଣ୍ଡ ଖେଳାଯାଇଥିଲା। ଏଥିରେ ଉଭୟଙ୍କୁ ଉଭୟଙ୍କ ଜୀବନ ସହ ଜଡିତ କିଛି ପ୍ରଶ୍ନ ପଚରାଯାଇଥିଲା। ଗୋଟିଏ ପଟେ ତାରାଙ୍କୁ ସିଦ୍ଧାର୍ଥଙ୍କ ଜନ୍ମଦିନ ଏବଂ ଇତ୍‌ଫାକ୍‌ ଫିଲ୍ମରେ କେଉଁ ଭୂମିକାରେ ସେ ଅଭିନୟ କରିଥିଲେ ପଚରାଯାଇଥିବା ବେଳେ ସିଦ୍ଧାର୍ଥଙ୍କୁ ତାରା କେଉଁ ବୟସରେ ଗୀତ ଗାଇବା ଆରମ୍ଭ କଲେ, କେଉଁ କଲେଜରୁ ସେ ପଢ଼ା ଶେଷ କରିଛନ୍ତି ଆଦି ପଚରାଯାଇଥିଲା। ତେବେ ତାରା ସମସ୍ତ ପ୍ରଶ୍ନର ଉତ୍ତର ଠିକ୍‌ ଦେଇଥିବା ବେଳେ ସିଦ୍ଧାର୍ଥ ଗୋଟିଏ ଭୂଲ କରିଦେଇଥିଲେ। ଫଳରେ ଏଥିରେ ତାରା ବିଜେତା ହୋଇଥିଲେ। ଏହାକୁ ନେଇ ତାରା ସିଦ୍ଧାର୍ଥଙ୍କୁ ବ୍ରେକ୍‌ଅପ୍‌ ପରେ ମଧ୍ୟ ମନରୁ ପାସୋରି ପାରି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Share