ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କ’ଣ ଖାଇବା ପାଇଁ ପସନ୍ଦ କରିଥାନ୍ତି ଜାଣନ୍ତୁ।

ପ୍ରିୟଙ୍କା ଚୋପ୍ରା : ବ୍ରେକ୍‌ଫାଷ୍ଟରେ ଦୁଇଟି ସିଝା ଅଣ୍ଡା ସହିତ ଗୋଟେ ଗ୍ଲାସ କ୍ଷୀର ପିଅନ୍ତି। ମଧ୍ୟାହ୍ନରେ ୨ଟି ରୁଟି, ଡାଲି ଏବଂ ତରକାରୀ ଖାଇଥାନ୍ତି। ଏହା ପରେ ସେ ପଇଡ଼ ପାଣି ପିଇବା ସହ କିଛି ଡ୍ରାଏ ଫୁଡ୍‌ ଖାଇଥାନ୍ତି। ସନ୍ଧ୍ୟାରେ ସ୍ନାକ୍‌୍‌ସ, ସ୍ୟାଣ୍ଡଉଇଚ୍‌ ଏବଂ ସାଲାଡ୍‌ ଖାଇଥାନ୍ତି। ଡିନରରେ ହାଲ୍‌କା ଭେଜିଟେବଲ ସୁପ୍‌ ପିଇଥାନ୍ତି।

ଦୀପିକା ପାଦୁକୋନ୍‌ : ବ୍ରେକ୍‌ଫାଷ୍ଟରେ ଦୀପିକା ଦୁଇଟି ସିଝା ଅଣ୍ଡା ସହିତ କ୍ଷୀର ବି ପିଇଥାନ୍ତି। ପ୍ରତି ଦୁଇଘଣ୍ଟାରେ ଥରେ ସେ କିଛି ନା କିଛି ହେଲଦି ଫୁଡ୍‌ ଖାଇଥାନ୍ତି। ଲଞ୍ଚ୍‌ରେ ବିଭିନ୍ନ ପରିବାରେ ପ୍ରସ୍ତୁତ ତରକାରୀ ସହ ମାଛ ମଧ୍ୟ ଖାଇଥାନ୍ତି। ଏହା ପରେ ଜୁସ୍‌ ପିଇଥାନ୍ତି। ଦୀପିକାଙ୍କର ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ ବହୁ ପସନ୍ଦ। ବିଶେଷକରି ଇଡ୍‌ଲି, ଚଟଣି ଏବଂ ଦୋସା ଖାଇଥାନ୍ତି। ଡିନରରେ ହାଲ୍‌କା ଖାଦ୍ୟ ସହ ସାଲାଡ୍‌ ଖାଇଥାନ୍ତି। ସେ ଭାତକୁ ସମ୍ପୂର୍ଣ୍ଣ ଆଭଏଡ୍‌ କରନ୍ତି।

ଆଲିଆ ଭଟ୍ଟ : ବ୍ରେକ୍‌ଫାଷ୍ଟରେ ଆଲିଆ ପୋହା ଖାଇଥାନ୍ତି। ଲଞ୍ଚ୍‌ ପୂର୍ବରୁ ଇଡ୍‌ଲି ସମ୍ବର ସହ କିଛି ଫଳ ଖାଇଥାନ୍ତି। ସନ୍ଧ୍ୟାରେ କିଛି ସ୍ନାକ୍‌ସ ସହିତ ଚା’ କିମ୍ବା କଫି ପିଇଥାନ୍ତି। ଡିନରରେ ଗୋଟିଏ ରୁଟି ସହିତ ମିକ୍ସ ତରକାରୀ କିମ୍ବା ଚିକେନ୍‌ ଖାଇଥାନ୍ତି।

Share