ବ୍ରେଥ୍‌ ଆନାଲାଇଜର୍‌ ଟେଷ୍ଟ ବନ୍ଦ ପାଇଁ ଡିଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୩(ବ୍ୟୁରୋ):ରାଜ୍ୟରେ ନୂତନ ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ଯାନବାହନ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଥିଲା। କାଗଜପତ୍ର ତଥା ଅନ୍ୟାନ୍ୟ ନିୟମ ଭଙ୍ଗ କଲେ ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା କରାଯାଉଥିଲା। ବିଶେଷକରି ମଦ୍ୟପ ଡ୍ରାଇଭରଙ୍କ ଉପରେ ରହିଥିଲା ନଜର। ବ୍ରେଥ୍‌ ଆନାଲାଇଜର ଟେଷ୍ଟ ଦ୍ୱାରା ସେମାନଙ୍କୁ ଧରାଯାଉଥିଲା। ହେଲେ ଏବେ କରୋନା ସଂକ୍ରମଣ ରୋକିବା ପାଇଁ ଏହି ଟେଷ୍ଟକୁ ବନ୍ଦ କରାଯାଇଛି। ଏନେଇ ସବୁ ଏସ୍‌ପି ଓ ଡିସିପିମାନଙ୍କୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Share