ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ ଦହି ମିଶାଇ ଖାଇଲେ ବହୁ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଫଳରେ ହାର୍ଟଆଟାକ୍‌ରୁ ମୁକ୍ତି ମିଳିଥାଏ। ଏହାର ଇନସୁଲିନ୍‌ସ୍ତରକୁ ନିୟନ୍ତ୍ରଣ କରି ଡାଇବେଟିସ୍‌ ଆଶଙ୍କା ଦୂର କରେ। ଏହାକୁ ଖାଇଲେ ଲିଭର ସମସ୍ୟା ଦୂର ହୋଇଥାଏ। ବିଭିନ୍ନ ସ୍ନାୟୁ ସମସ୍ୟା ଏହା ଦ୍ୱାରା ଦୂର ହୁଏ। ଫଳରେ ବ୍ରେନ୍‌ଷ୍ଟ୍ରୋକ୍‌ ଆଶଙ୍କାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share