Categories: ଖେଳ

ବ୍ରେନ୍‌ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର

ସିଡ୍‌ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍‌ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ ସେ କେମୋ ଓ ରାଡିଏଶନ ଥେରାପି ନେବାକୁ ଯାଉଛନ୍ତି ବୋଲି ବୁଧବାର ପ୍ରକାଶ କରିଛନ୍ତି। ୫୩ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କ କର୍କଟ ବର୍ତ୍ତମାନ ପ୍ରାଥମିକ ସ୍ଥିତିରେ ରହିଛି, ଯାହାକୁ ଗ୍ଲିବୋଷ୍ଟମା ବୋଲି କୁହାଯାଏ। ଗତ ୧୩ ତାରିଖରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ମସ୍ତିଷ୍କରୁ ଟ୍ୟୁମର ବାହାର କରାଯାଇଛି। ଆଗାମୀ ୧୮ ମାସ ପର୍ଯ୍ୟନ୍ତ ସେ କେମୋ ଓ ରାଡିଏଶନ ଥେରାପିର ସମ୍ମୁଖୀନ ହେବେ। ଦେଶ ପାଇଁ ୪ ଟେଷ୍ଟ ଓ ୧୩ ଦିନିକିଆ ଖେଳିଥିବା ସ୍ପିନର ବୁଧବାର ନିଜର ଶୁଭେଚ୍ଛୁଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ପୂର୍ବତନ ସାଥୀ ଖେଳାଳି ଡାରେନ ଲିମ୍ୟାନ ଓ ଟମ୍‌ ମୁଡି ଶୁଭକମନା ଜଣାଇଛନ୍ତି। ରବର୍ଟସନ ୧୯୯୮ରେ ଭାରତ ବିପକ୍ଷରେ ଚେନ୍ନାଇଠାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉଇକେଟ ସମେତ ସେ ୧୩ ଉଇକେଟ ନେଇଛନ୍ତି।

Share