ବ୍ରେନ୍‌ ଷ୍ଟ୍ରୋକ କମ୍‌କରେ ଫଳ, ତାଜା ପରିବା

ସତେଜ ପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ଏହା ବ୍ରେନ୍‌ ଷ୍ଟ୍ରୋକରୁ ମୁକ୍ତି ଦେଇଥାଏ। ନିକଟରେ ୟୁରୋପୀୟ ହାର୍ଟ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଏହା ୨ଟି ପ୍ରମୁଖ ଷ୍ଟ୍ରୋକ୍‌ ଡାଏଟ୍‌ ସହିତ ଜଡିତ।
ତେବେ ଏହି ଗବେଷଣାରେ ୟୁରୋପରେ ୪ ଲକ୍ଷ ୧୮ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କର ଖାଦ୍ୟପେୟ, ଜୀବନଶଳୀ ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ପରେ ଜଣାପଡ଼ିଥିଲା, ଯେଉଁମାନଙ୍କ ଖାଦ୍ୟରେ ଫଳ, ପନିପରିବା, କ୍ଷୀର ଏବଂ ପନିର ଅଧିକ ଥାଏ, ସେମାନଙ୍କଠାରେ ରକ୍ତହୀନତା (ଇସ୍‌କେମିକ୍‌) ଷ୍ଟ୍ରୋକ ହେବାର ଆଶଙ୍କା କମ ଥାଏ। ଏହା ମଧ୍ୟ ଜଣାପଡ଼ିଛି ଯେ, ଅଧିକ ଅଣ୍ଡା ଖାଇବା ଦ୍ୱାରା ରକ୍ତସ୍ରାବ ହେବାର ଆଶଙ୍କା ଥାଏ।

* ଅକ୍ସଫୋର୍ଡ ୟୁନିଭରସିଟିରେ କାର୍ଯ୍ୟ କରୁଥିବା ଡକ୍ଟର ଟମି ଟୋଙ୍ଗଙ୍କ କହିବା ଅନୁଯାୟୀ, ଫାଇବର ସମୃଦ୍ଧ ଖାଦ୍ୟ ତଥା ଫଳ-ପନିପରିବା ଖାଇବା ଦ୍ୱାରା ରକ୍ତହୀନତାର କମ ଆଶଙ୍କା ଥାଏ। ଯେଉଁମାନେ ଫଳ ଏବଂ ପନିପରିବା କମ ଖାଉଛନ୍ତି ସେମାନେ ଏହି ଖାଦ୍ୟ ବେଶି ଖାଇବା ଉଚିତ।

* ଗବେଷକଙ୍କ କହିବା ଅନୁଯାୟୀ, ପ୍ରତିଦିନ ୧୦ ଗ୍ରାମ ଫାଇବର ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ୨୩% ରକ୍ତହୀନତାର ଆଶଙ୍କା କମିଯାଏ। ଏଥିସହିତ ୨୦ ଗ୍ରାମ ଅଣ୍ଡାରୁ ଅଧିକ ଖାଇବା ଦ୍ୱାରା ୨୫% ହେମୋରାଜିକ ଷ୍ଟ୍ରୋକ ହେବାର ଆଶଙ୍କା ଦେଖାଯାଇଥାଏ।

* ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତିଯେ, ଖାଦ୍ୟ ବ୍ୟତୀତ ସାମାଜିକ-ଆର୍ଥିକ କାରଣ ଏବଂ ଠିକ୍‌ ଜୀବନଶଳୀ ମଧ୍ୟ ଷ୍ଟ୍ରୋକ୍‌ର ଆଶଙ୍କା ହ୍ରାସ କରିପାରେ।