ବ୍ରେଲ୍‌ ଲିପିରେ ପ୍ରକାଶ ପାଇବ ଯୁକ୍ତ ୨ ପାଠ୍ୟପୁସ୍ତକ

ବ୍ରହ୍ମପୁର ଅଫିସ,୪ା୧୦- ବ୍ରହ୍ମପୁର ରେଡକ୍ରସ୍‌ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୨ କଳା ପାଠ୍ୟକ୍ରମର ବ୍ରେଲ ଲିପିର ପାଠ୍ୟପୁସ୍ତକ ପ୍ରକାଶ କରାଯିବ। ଏଥିସହ ଦୃଷ୍ଟିବାଧିତଙ୍କ ପାଇଁ ରାମାୟଣ, ମହାଭାରତ, ଭାଗବତକୁ ମଧ୍ୟ ଓଡିଆ ବ୍ରେଲ ଲିପିରେ ପ୍ରକାଶ କରାଯିବ ା ଗୁରୁବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ା ବ୍ରହ୍ମପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱସ୍ଥ ବ୍ରହ୍ମପୁର ବ୍ରେଲ ମୁଦ୍ରଣାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ଥାପିତ ନୂତନ ଅତ୍ୟାଧୁନିକ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣ ମେଶିନର ଉଦ୍‌ଘାଟନ କରି ମନ୍ତ୍ରୀ ପଣ୍ଡା ଏହା କହିଛନ୍ତି ା ଏହି ଅବସରରେ ସେ ଆହୁରି କହିଥିଲେ, ଏହା ଦୃଷ୍ଟିବାଧିତଙ୍କ ପାଇଁ ପୁସ୍ତକ ପ୍ରକାଶନରେ ରାଜ୍ୟର ଏକମାତ୍ର ମୁଦ୍ରଣାଳୟ ା ପୂର୍ବରୁ ଏଠାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପୁସ୍ତକ ପ୍ରକାଶିତ ହୋଇ ଆସୁଥିବା ବେଳେ ଏଣିିକି ଏହି ଅତ୍ୟାଧୁନିକ ମେଶିନ ଦ୍ୱାରା ଯୁକ୍ତ ୨ କଳା ପାଠ୍ୟକ୍ରମ ପୁସ୍ତକ ମଧ୍ୟ ପ୍ରକାଶିତ କରାଯିବ। ଏହି ମେଶିନ ସ୍ଥାପନ ପରେ ଦୃଷ୍ଟିବାଧିତମାନେ ରାମାୟଣ, ମହାଭାରତ ଭଳି ପୌରାଣିକ ଗନ୍ଥର ମଧ୍ୟ ବ୍ରେଲ ଲିପିରେ ପ୍ରସ୍ତୁତ ପୁସ୍ତକ ପାଇପାରିବେ ବୋଲି ସୂଚନା ଦିଆଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଦ୍ରଣାଳୟ ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା