ବ୍ଲକଗ୍ରାଣ୍ଟ ସ୍କୁଲ ମରାମତି ପାଇଁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ

ଗୋପ, ୩।୬(ଡି.ଏନ୍‌.ଏ.)-ଫନୀରେ କ୍ଷୟକ୍ଷତି ହୋଇଥିବା ଗୋପ ବ୍ଲକର ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡ଼ିକୁ ଶିକ୍ଷାବର୍ଷ ପୂର୍ବରୁ ମରାମତି କରାଯିବ ବୋଲି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଓଷ୍ଟା ପକ୍ଷରୁ ଗୋପଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ଗୋପ ବ୍ଲକ ଓଷ୍ଟା ସଂଗଠନର ସଭାପତି ମହେନ୍ଦ୍ରକୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଓଷ୍ଟା ସମ୍ପାଦକ କୃପାସିନ୍ଧୁ ବିଶ୍ୱାଳ, ଶିକ୍ଷକ ଜଗବନ୍ଧୁ ସାହୁ, ପ୍ରଶନ୍ନ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନା ଥାଉକି ଗୋପ ବ୍ଲକରେ ଫନୀରେ ୨୭୬ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୫ଟି ବ୍ଲକଗ୍ରାଣ୍ଟ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି।

Share