ବ୍ଲକିଂ କରି ଅଧରାତିରେ ଗାଡ଼ି ତଲାସି

ଅନୁଗୋଳ ଅଫିସ, ୨୩।୪ଭୋଟ୍‌ ପାଇଁ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୋମବାର ରାତିରେ ଅନୁଗୋଳ ସହର ସହ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଛି। ଦୁଇଚକିଆ ଗାଡ଼ି ଠାରୁ ଚାରିଚକିଆ ଗାଡ଼ି ଓ ଅନ୍ୟାନ୍ୟ ଯାନକୁ ମଧ୍ୟ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି। ଏପରି କି ଏଥିରେ ଯାତାୟାତ କରୁଥିବା ଲୋକମାନଙ୍କ ପରିଚୟ ଓ ଗନ୍ତବ୍ୟସ୍ଥାନ ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ କରୁଛି।  ନିର୍ବାଚନ ସମୟ ହୋଇଥିବାରୁ ବେଆଇନ ଟଙ୍କା କାରବାର ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share