ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ ଘଟଣା : ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୬।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ୨ରୁ ଅଧିକ ସନ୍ତାନ ଥିବାରୁ ସଭ୍ୟପଦ ରଦ୍ଦ ହୋଇଥିଲା। ଏନେଇ ସେ ଉଚ୍ଚ ନ୍ୟାୟାଳୟରେ ଅପିଲ୍‌ କରିଥିଲେ। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଅଧ୍ୟକ୍ଷାଙ୍କୁ ରହିତାଦେଶ ମିଳିଥିଲା। ବୁଧବାର ରହିତାଦେଶର ନିର୍ଦ୍ଦେଶାନାମାକୁ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡିଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏନେଇ ଜିଲାପାଳ କହିଛନ୍ତି, ମାମଲା କୋର୍ଟରେ ବିଚାରାଧୀନ ରହିଛି, ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ। ତାଙ୍କ ନିକଟକୁ କୋର୍ଟରୁ ଏହି ନିର୍ଦ୍ଦେଶନାମା ଯାଇ ପହଞ୍ଚିବ ବୋଲି କହିଛନ୍ତି।