ବ୍ଲକ ଅଫିସ ସମ୍ମୁଖରେ ଭାଜପାର ବିକ୍ଷୋଭ

ବାରଙ୍ଗ/ବାଲିଅନ୍ତା,୨୮।୯(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନାଁ ବଦଳାଇ ହଡ଼ପ କରିବା ଓ ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗରେ ଭାଜପା ବାରଙ୍ଗ ମଣ୍ଡଳ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରିଛି। ବାଙ୍କୀ ଭାଜପା ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ବାରଙ୍ଗ ମୁଖ୍ୟରାସ୍ତାରୁ ଏକ ପଟୁଆରରେ କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖକୁ ଆସି ବିଭିନ୍ନ ନାରାବାଜୀ ଦେଇ ପ୍ରତିବାଦ ସଭା କରିଥିଲେ। କମଳାକନ୍ତ ପ୍ରହରାଜ, ନଳୀନ ରାୟ, ଦିଲୀପ ସ୍ବାଇଁ, ବାବୁଲି ବିଶୋଇ, ପ୍ରଭାତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ବିଡିଓ ପ୍ରଭାକର ପଣ୍ଡା ଆସି ଗ୍ରହଣ କରିଥିଲେ। ସେହିପରି ବାଲିଅନ୍ତା ଭାଜପାର ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ବିଡିଓ ରଶ୍ମିରେଖା ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଖୋର୍ଦ୍ଧା ଜିଲା ସଭାପତି ସୁବାସ ଜେନା, ନରେନ୍ଦ୍ର ନାୟକ, ସିଦ୍ଧେଶ୍ୱର ନାଥ, ପ୍ରଶାନ୍ତ ଆଦିତ୍ୟ, ଶିବ ମଲ୍ଲିକ, ମାଗୁଣୀ ସେଠି, ତାପସ ଜେନା ପ୍ରମୁଖ କର୍ମୀ ଯୋଗଦେଇଥିଲେ।

Share