ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୪ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

ଚନ୍ଦାହାଣ୍ଡି,୧୯।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୪ ଜଣ ଶିକ୍ଷକ ସ୍କୁଲକୁ ଠିକ ସମୟରେ ଆସି ନଥିବାରୁ ସେମାନଙ୍କଙ୍କ ଦିନକର ଦରମା ବ୍ଲକ ଶିକ୍ଷା ଅଧିକାରୀ ଭଜନଲାଲ ମାଝି ବନ୍ଦ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଭଜନଲାଲ ମାଝୀ ଏବଂ ଏବିଇଓ ପ୍ରେମଚାନ୍ଦସିଂ ଧୁରୁଆ ସୋମବାର ଅଚାନକ ପରିଦର୍ଶନରେ ଯାଇଥିଲେ ା ଦଳବେଡା ପଞ୍ଚାୟତ ଅଧିନସ୍ଥ ଭାଟିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିତ ଖମାରୀ , ସହକାରୀ ଶିକ୍ଷକ ମାଧବ ପାରୀ ଏବଂ ଲିଙ୍ଗରାଜ ବଗର୍ତି ସମୟ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ପହଞ୍ଚି ନଥିବା ଦେଖିବାକୁ ପାଇଥିଲେ ା ଏହାପରେ ଦଳବେଡା ପଞ୍ଚାୟତ ଅଧିନସ୍ଥ କରାଡଙ୍ଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ା ସେହି ବିଦ୍ୟାଳୟରେ ସହକାରୀ ଶିକ୍ଷକ ହେମଧର ନାୟକ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ ା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଆସି ଏଣେ ତେଣେ ବୁଲୁ ଥିଲେ। ଶିକ୍ଷକମାନେ ଅନୁପସ୍ଥିତ ଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି ା ଉକ୍ତ ସମସ୍ତ ଶିକ୍ଷକଙ୍କ ଦିନକର ଦରମା ବନ୍ଦ କରାଯାଇଥିବା ଭଜନଲାଲ ସୂଚନା ଦେଇଛନ୍ତିି ା ଆଗାମୀ ଦିନରେ ବ୍ଲକର ସମସ୍ତ ବିଦ୍ୟାଳୟକୁ ନିୟମିତ ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି।

Share