ବ୍ଲକ ସ୍ଥାୟୀ ଶିକ୍ଷା କମିଟି ବିଦ୍ୟାଳୟ ପରିଦର୍ଶନ କଲେ; ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବୁଝିଲେ

ନୂଆପଡା ଅଫିସ,୮ା୮: ନୂଆପଡା ଏକ ଉପାନ୍ତ ବ୍ଲକ। ଏଠାରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାବେଳେ ବିଦ୍ୟାଳୟଗୁଡିକ ଆନୁଷଙ୍ଗି ବ୍ୟବସ୍ଥା ଠିକ ନ ଥିବା ନେଇ ବାରମ୍ବାର ଅଭିଭାବକ ମହଲରେ ଅସନ୍ତୋଷ ଲାଗି ରହିଥିଲା । ଏଥିପ୍ରତି ଦୃଷ୍ଟି ଦେବାକୁ ନୂଆପଡା ଜିଲା ଇତିହାସରେ ପ୍ରଥମଥର ପାଇଁ ସ୍ଥାୟୀ ଶିକ୍ଷା କମିଟି ସଦସ୍ୟାସଦସ୍ୟମାନେ ବିଭିନ୍ନ ସ୍କୁଲ ବୁଲି ଦେଖିଛନ୍ତି। ବିଭିନ୍ନ ଯାଗାରେ ବ୍ୟବସ୍ଥାରେ ସୁଧାର ଆସିଥିବା ନେଇ ଖୁସି ପ୍ରକଟ କରିଥିବାବେଳେ ଆହୁରି ଅନେକ ଯାଗାରେ ଅବ୍ୟବସ୍ଥା ନେଇ କମିଟି ଉଦ୍‌ବେଗ ପ୍ରକାଶ କରିଥିଲା ।
ବୁଧବାର ପୂର୍ବାହ୍ନରେ କମିଟି ଅଧ୍ୟକ୍ଷ ତଥା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ନେତୃତ୍ୱରେ ଟିମ କର୍ମକର୍ତ୍ତା ପ୍ରଥମେ ବ୍ଲକର ଲାଞ୍ଜିମାର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏଥିରେ ଛାତ୍ରୀଛାତ୍ର ଉପସ୍ଥାନ, ପାଠପଢା, ମଧ୍ୟାହ୍ନଭୋଜନ ସହ ବଗିଚା କାମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ବିଦ୍ୟାଳୟରେ କେତେକ ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତ, ପାଚେରୀ ଅଭାବ, ପୁରୁଣା ଶ୍ରେଣୀ ଗୃହର ଛାତ ମରାମତି ଉପରେ କମିଟି ସଦସ୍ୟମାନେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏହିଭଳି ଲାଞ୍ଜିମାରରେ ଥିବା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ହଷ୍ଟେଲ ପରିଦର୍ଶନ କରି ସେଠିକାର ପାଠପଢା, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦେଖିଥିଲେ । ଏଠାରେ ପାନୀୟ ଜଳ ସମସ୍ୟା ସମାଧାନ, ବିଦ୍ୟାର୍ଥୀମାନଙ୍କ ପାଠ୍ୟପୁସ୍ତକ ଅଭାବ ସମସ୍ୟା ସମାଧାନ କରିବା ଉପରେ ଆଲୋଚନା କରାଯାଇଥିଲା । ପରେ କମିଟି ଖୁଟବନଭେରା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲା । ଏଠିକାର ଶୌଚାଳୟ ମରାମତି, ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଧରମବନ୍ଧାସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସ୍କୁଲ ପରିଦର୍ଶନ କରି ସେଠାରେ ଶିକ୍ଷକ ଅଭାବ ସହ ପାନୀୟ ଜଳ ସମସ୍ୟା ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଅନୁଦାନ ଆସୁଥିଲେ ମଧ୍ୟ ସେଗୁଡିକର ଠିକ ବିନିଯୋଗ ହେଉ ନ ଥିବାରୁ ଅସନ୍ତୋଶ ପ୍ରକାଶ କରିଥିଲେ। ବିଦ୍ୟାଳୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ କମିଟି ପରାମର୍ଶ କରିଛି । ତେବେ ଏହି କମିଟି ସବିଶେଷ ବିବରଣୀ ବ୍ଲକରେ ଆଲୋଚନା କରିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଚିନିଲାଲ ସାହୁ, ବ୍ଲକ ଶିକ୍ଷାଧିକାରୀ ଡ. ରେଶମଲାଲ ନାଏକ, ଭଇଁଷାଟାଲ ସମିତି ସଭ୍ୟ ମନୋଜ କୁମାର ବଞ୍ଜାରା, କାଦୋମେରୀ ସରପଞ୍ଚ ଅସିତ ପୁଞ୍ଜି, ଧରମବନ୍ଧା ସରପଞ୍ଚ ଓମ ପ୍ରକାଶ କଲାର ପ୍ରମୁଖ ରହିଥିଲେ । ବ୍ଲକର ପ୍ରଥମ କରି ଏଭଳି ଏକ କମିଟି ଶିକ୍ଷା ବ୍ୟବସ୍ଥାକୁ ତନ୍ନ ତନ୍ନ କରି ବୁଲି ଦେଖିଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri