Categories: ଜାତୀୟ

ବ୍ଲଡ୍‌ କ୍ୟାନସର ପୀଡ଼ିତା ଯୁବତୀ ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

ହାଇଦ୍ରାବାଦ୍‌,୩୦।୧୦: ତେଲେଙ୍ଗାନାରେ ପୋଲିସ ବିଭାଗ ପକ୍ଷରୁ ଜଣେ ବ୍ଲଡ୍‌ କ୍ୟାନସର ପୀଡ଼ିତା ଯୁବତୀଙ୍କର ସ୍ବପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ କରାଯାଇଛି। ସ୍ଥାନୀୟ ରାଚାକୋଣ୍ଡା ପୋଲିସ ବିଭାଗ ଏଭଳି କାର୍ଯ୍ୟ କରିଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧୭ ବର୍ଷ ବୟସ୍କା ଯୁବତୀ ରାମେୟା ବ୍ଲଡ୍‌ କ୍ୟାନସର ପୀଡ଼ିତା। ତେବେ ସେ ପୋଲିସ କମିଶନର ହେବା ଲାଗି ସ୍ବପ୍ନ ଦେଖୁଥିଲେ। ତେବେ ଦ୍ୱାଦଶରେ ପଢୁଥିବା ରାମେୟାଙ୍କଠାରେ ବ୍ଲଡ୍‌ କ୍ୟାନସର ଚିହ୍ନଟ ହୋଇଥିଲା। ତାଙ୍କ ସ୍ବପ୍ନ ଅଧାରେ ରହିଯାଇଥିବା ନେଇ ସେ ଭାରି ମନଦୁଃଖ କରୁଥିଲେ। ଏସମ୍ପର୍କିତ ଖବର ମିଳିବା ପରେ ତେଲେଙ୍ଗାନା ପୋଲିସ ପକ୍ଷରୁ ରାମେୟାଙ୍କୁ ଗୋଟିଏ ଦିନ କମିଶନର ଭାବେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯାଇଥିଲା।

Share