ଜେରୁଜେଲମ: ୨୦୨୩ରେ ଏକ ସ୍ବତନ୍ତ୍ର ସାଟେଲାଇଟ୍ ମହାକାଶକୁ ଲଞ୍ଚ୍ କରିବାକୁ ଇସ୍ରାଏଲ୍ ଯୋଜନା କରିଛି। ମହାଜାଗତିକ ବିସ୍ଫୋରଣକୁ ରେକର୍ଡ କରିବା ସହିତ ବ୍ଲାକହୋଲ୍ ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯିବ ବୋଲି ଓ୍ବିଜମାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଡବ୍ଲୁଆଇଏସ୍) ପକ୍ଷରୁ କୁହାଯାଇଛି। ୧୬୦ କିଲୋଗ୍ରାମ ବିଶିଷ୍ଟ ଏହି ସ୍ବତନ୍ତ୍ର ସାଟେଲାଇଟର ନାମ (ଅଲ୍ଟ୍ରାସାଟ୍)। ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଏବଂ ଇସ୍ରାଏଲି ଡିଫେନ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନି ଏଲବିଟ୍ ସିଷ୍ଟମ୍ସ ଦ୍ୱାରା ୪ବର୍ଷ ମଧ୍ୟରେ ଏହା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।