Categories: ବାଣିଜ୍ୟ

‘ବ୍ଲାକ୍‌ ଫଙ୍ଗସ୍‌କୁ ପ୍ରତିରୋଧ କରିବ ଆୟୁର୍ବେଦ’

ନୂଆଦିଲ୍ଲୀ,୨୪।୨:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ସଂସ୍ଥାନର ସହଯୋଗୀ ପ୍ରତିଷ୍ଠାନ ପତଞ୍ଜଳି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ଡ୍ରଗ୍‌ସ ଡସ୍‌କଭରି ଆଣ୍ଡ ଡେଭପଲମେଣ୍ଟ ଡିଭିଜନ ପକ୍ଷରୁ ଏକ ଅନୁସନ୍ଧାନମୂଳକ ଜର୍ନାଲ ପ୍ରକାଶ କରାଯାଇଛି। ଉକ୍ତ ଜର୍ନାଲରେ ଉଲ୍ଲେଖ କରାଯାଇଛି, ଆୟୁର୍ବେଦର ଶାସ୍ତ୍ରୀୟ ଔଷଧ ଅଣୁ ତେଲ ବିଶେଷ କରି ବ୍ଲାକ୍‌ ଫଙ୍ଗସ୍‌ ରୋଗର କାର୍ଣ୍ଣିଘାମେଲା ବର୍ଥୋଲେଟି ବିରୋଧରେ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପରିକି ଅଣୁ ତେଲ ଫଙ୍ଗସ୍‌ର ଅକ୍ସିଡେଟିଭ ସ୍ଥିତି ବିରୋଧରେ ବେଶ୍‌ ପ୍ରଭାବୀ ହୋଇଥାଏ ବୋଲି ପତଞ୍ଜଳି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ସେହିଭଳି ଫଙ୍ଗସ୍‌ ଜର୍ମିନେଟ୍‌ ହେବାରେ ଅଣୁ ତେଲ ବେଶ୍‌ ଉପକାରୀ ହୋଇଥାଏ। ବିଶେଷକରି ସୁସ୍ଥକୋଷଗୁଡିକୁ ସଂକ୍ରମଣଠାରୁ ରୋକିବାରେ ଏହା କାର୍ଯ୍ୟକାରୀ କରିଥାଏ।

Share