Categories: ଜାତୀୟ

ବ୍ଲୁଷ୍ଟାର ଅପରେଶନ୍‌କୁ ପୂରିଲା ୩୫ ବର୍ଷ: ୩ ଦିନରେ ୪ଶହ ୯୨ ଲୋକଙ୍କ ଘଟିଥିଲା ମୃତ୍ୟୁ; ୮୩ ଯବାନ ହୋଇଥିଲେ ଶହୀଦ୍‌

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ୩୫ ବର୍ଷ ତଳେ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ଏହି ୩ ଦିନିଆ ଅପରେଶନ୍‌ରେ ୪ଶହ ୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସେନାର ୪ ଅଧିକାରୀଙ୍କ ସମେତ ୮୩ ଜଣ ଯବାନ ଶହୀଦ୍‌ ହୋଇଥିଲେ। ତତ୍‌କାଳୀନ ସେନା ଅଧ୍ୟକ୍ଷ ଅରୁଣ କୁମାର ବୈଦ ଅପରେଶନ୍‌ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସୂଚନା ଦେଇଥିଲେ। ତେବେ ଏହି ଘଟଣାର ପ୍ରକୃତ ସ୍ବରୂପ ସମ୍ପର୍କରେ ଅବଗତ ହୋଇ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମର୍ମାହତ ହୋଇଥିଲେ। ଅଳ୍ପ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ତାଙ୍କୁ କୁହାଯାଇଥିଲା। ଏଥିରେ ସେନା ପକ୍ଷରୁ ଟ୍ୟାଙ୍କର ଉପଯୋଗ ମଧ୍ୟ କରାଯାଇଥିଲା।

Share