ବ୍ଳକ ଅଧ୍ୟକ୍ଷ ପାଇଁ କଡା ସୁରକ୍ଷା ଭିତରେ ଭୋଟ ଗ୍ରହଣ ଆରମ୍ଭ

ଦାରିଙ୍ଗବାଡି,୧୭।୬(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ବୁଧବାର ଭୋଟ ଗ୍ରହଣ କରାଯାଉଛି। ଏଥିପାଇଁ ୨୪ ସମିତି ସଭ୍ୟା ସଭ୍ୟ ଠିକ ସକାଳ ୧୦ଟା ସମୟରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀଙ୍କ ତତ୍ତ୍ବାବଧାନରେ ସୁରକ୍ଷାକର୍ମୀ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏକଜୁଟିଭ ମାଜିଷ୍ଟେଟ ତଥା ତହସିଲଦାର ନିତିସ କୁମାର ତ୍ରିପାଠୀଙ୍କ ଉପସ୍ଥତିରେ ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖା କରାଯାଇଛି। ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବର ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ବ ତୁଲାଉଛନ୍ତି। ସେହିପରି ଜିଲା ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ପାଢୀ ର୍ନିବାଚନର ତଦାରଖା କରିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷା ସୁବେନ୍ତ୍ରୀ ପ୍ରଧାନଙ୍କ ୨ରୁ ଅଧିକା ସନ୍ତାନ ରହିଥିବାରୁ ଏନେଇ ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲ୍ଲିକ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏଥିରେ କୋର୍ଟ ସୁବେନ୍ତ୍ରୀଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ପରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ।

Share