ବ୍ୟଙ୍ଗ କବିତାରେ ହସର ଫୁଆରା

ବଲାଙ୍ଗୀର ଅଫିସ,୧୬।୧: ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗ-ହାସ୍ୟ କବିତା ଆସରରେ ଦର୍ଶକ ହସର ଖୋରାକ ପାଇଥିଲେ। ଏଥିରେ ହାସ୍ୟକବି ଅର୍ଜୁନ ସାହୁ, ଶରତ ମିଶ୍ର, ଅନୁପ୍ରିୟା ମିଶ୍ର, ମଧୁସୂଦନ ନାୟକ ଓ ଦିଲୀପ କୁମାର ଦୀପ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ପରିଷଦ ଯୁଗ୍ମ ସମ୍ପାଦକ ଅରବିନ୍ଦ ବାଗ ସ୍ବାଗତ ଭାଷଣ ଦେଇଥିଲେ। ପରିଷଦ ସଭାପତି ମଳୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମକୁ ବବୁନ୍‌ ପୁରୋହିତ ପରିଚାଳନା କରିଥିଲେ ା ହାସ୍ୟ କବିତା ଆସରରେ ଦିଲୀପ ଦୀପଙ୍କ ହଲିଆ ଗୀତ, ବଲାଙ୍ଗୀର ବନ୍ୟା, ହାଇକୋର୍ଟ ବେଞ୍ଚ ବିଷୟ କବିତା ଦର୍ଶକଙ୍କୁ ବେଶ୍‌ ପସନ୍ଦ ହୋଇଥିଲା ା ମଧୁସୂଦନ ନାୟକଙ୍କ ସାମ୍ପ୍ରତିକ ବ୍ୟଙ୍ଗ ଓ ହାସ୍ୟ ଭିତରେ ବ୍ୟଙ୍ଗକବି ଚରିତ୍ରକୁ ନେଇ କବିତା ଗାନ କରିଥିଲେ ା ବ୍ୟଙ୍ଗକୁଇନ୍‌ ଭାବେ ପରିଚିତ ଅନୁପ୍ରିୟା ମିଶ୍ର ତାଙ୍କ ଚିରାଚରିତ ଢ଼ଙ୍ଗରେ ହାସ୍ୟ କବିତା ଶୁଣାଇଥିଲେ। କବି ଶରତ ମିଶ୍ର ଓ ଅର୍ଜୁନ୍‌ ସାହୁ କବିତା ଓ କବି ସମ୍ପର୍କରେ କବିତା ପାଠ କରିଥିଲେ ା ଏହି ଅବସରରେ ଅତିଥି ବୀରେନ୍ଦ୍ର କୁମାର ଝାଙ୍କର ସମସ୍ତ ବ୍ୟଙ୍ଗ କବୟିତ୍ରୀ କବିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅନୁଷ୍ଠିତ ହାସ୍ୟ କବିତା ଆସରରେ କବିମାନେ ମନପସନ୍ଦ କଥା ଓ କବିତାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ା ଅପରାହ୍ନରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସିଦ୍ଧାର୍ଥ ଶଙ୍କର ମିଶ୍ର, ମାନବ ବର୍ମା, ଶ୍ରଦ୍ଧା ଅଗ୍ରୱାଲ, ସ୍ବାଗତ ସାଇ ସ୍ବରାଜ ମିଶ୍ର ପୁରସ୍କୃତ ହୋଇଥିଲେ ା ବରିଷ୍ଠ ବର୍ଗରେ ରୋନକ ମହାନ୍ତି, ସୃଷ୍ଟି ସ୍ବରୂପା ଷଡଙ୍ଗୀ ଓ ସ୍ନିଗ୍‌ଧା ସୁମେଧା ମିଶ୍ର ପୁରସ୍କୃତ ହୋଇଥିଲେ। ବିଚାରକ ଭାବେ କୁମୁଦ ବିହାରୀ ବେଦବାକ, ସ୍ବାଗତିକା ମିଶ୍ର, ମଦନ ଖମାରୀ, ଶ୍ୱେତପଦ୍ମା ଲେଙ୍କା ଯୋଗ ଦେଇଥିଲେ। ପରେ ବଲାଙ୍ଗୀର କଲେଜ ଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର ଓ କ୍ଲବପଡ଼ା ଏମ୍‌ଏମ୍‌ ଡ୍ୟାନ୍ସ କମ୍ପାନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା୍‌।

Share