Categories: ଜାତୀୟ

ବ୍ୟବଚ୍ଛେଦ ପାଇଁ ଗଲା ‘ନିର୍ଭୟା’ ଦୋଷୀଙ୍କ ମୃତଦେହ

ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଆଜି ସକାଳେ ମୃତ୍ୟୁଦଣ୍ଡ ପାଇଥିବା ଏହି ୪ ଦୋଷୀଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ଦିଲ୍ଲୀର ଦୀନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଛି।
ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବରରେ ଦିଲ୍ଲୀର ଏକ ଚଳନ୍ତା ବସ୍‌ରେ ‘ନର୍ଭୟା’ ନାମକ ଜଣେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଉପରୋକ୍ତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Share