ବ୍ୟବଚ୍ଛେଦ ପୂର୍ବରୁ ଶିଶୁକନ୍ୟାର ଆଖି ଗାଏବ

ଅନୁଗୋଳ,୨୦ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ଜଣେ ଶିଶୁକନ୍ୟାର ମୃତଦେହରୁ ଦୁଇ ଆଖି ଗାଏବ ହୋଇଯାଇଛି। ମଧ୍ୟାହ୍ନରେ ପରିବାର ଲୋକେ ଏହା ଦେଖିବା ପରେ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଝିଅର ଆଖି ଚୋରି ହୋଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଏତଲା ଦିଆଯିବା ସହ କ୍ଷତିପୂରଣ ଦାବିରେ ସିଡିଏମ୍‌ଓଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅନୁଗୋଳ ପୋଲିସ ବୁଝାଶୁଝା କରୁଥିଲେ ବି ଧାରଣାସ୍ଥଳକୁ ମେଡିକାଲ କର୍ତ୍ତୃପକ୍ଷ ନ ଆସିବାରୁ ଉତ୍ତ୍ୟକ୍ତ ଲୋକମାନେ କାଜୁଆଲ୍‌ଟିରେ ଚିକିତ୍ସା ବନ୍ଦ କରିବାକୁ କହିଥିଲେ। ଏପରି କି ଜଣେ ବ୍ୟକ୍ତିଙ୍କୁ ସେମାନେ ମାଡ଼ ମାରିଥିଲେ। ଉତ୍ତେଜନା ବଢ଼ୁଥିବାରୁ ମେଡିକାଲ ପରିସରରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଅପରାହ୍ନରେ ସିଡିଏମ୍‌ଓଙ୍କ ଉପସ୍ଥିତିରେ ଏକ ବୈଠକ ବସି ୨ଟି ଦାବି ପୂରଣ ସହ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ପ୍ରତାପ କୁମାର ବେହେରା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ବଅଁରପାଳ ଥାନା ନୂଆହତା ଗ୍ରାମର ଅଞ୍ଜନ ଗୋଚ୍ଛାୟତ ଗୁରୁବାର ରାତି ସାଢ଼େ ୯ଟାରେ ୪ ବର୍ଷର ଝିଅ ପ୍ରୀତିଙ୍କୁ ଅନୁଗୋଳ ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅନୁଗୋଳ ପୋଲିସକୁ ଖବର ଦେବା ସହ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ କହି ଡାକ୍ତର ଶିଶୁକନ୍ୟାର ମୃତଦେହକୁ ଶବ ସଂରକ୍ଷଣ ଗୃହକୁ ପଠାଇ ଦେଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଡାକ୍ତର ଓ ବଅଁରପାଳ ପୋଲିସ ଉପସ୍ଥିତିରେ ଶବ ସଂରକ୍ଷଣ ଗୃହ ଖୋଲାଯାଇ ମୃତଦେହ ବାହାର କରାଯିବା ବେଳେ ପ୍ରୀତିଙ୍କ ୨ ଆଖି ନ ଥିବା ଦେଖିବାକୁ ମିଳିଥିଲା। ନାକ ମଧ୍ୟ କ୍ଷତବିକ୍ଷତ ହୋଇଥିଲା। ଏହା ଦେଖି ଝିଅର ଆଖି ଚୋରି କରି ନିଆଯାଇଥିବା ବାପା ଅଞ୍ଜନ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ
ଉପସ୍ଥିତ ବଅଁରପାଳ ଥାନାର ମହିଳା ଅଧିକାରୀ ରୀତାରାଣୀ ପ୍ରଧାନ ଏ ନେଇ କାଜୁଆଲିଟିରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ। ଘଟଣା ପ୍ରଚାର ହୋଇଯିବା ପରେ ମେଡିକାଲ ପରିସରକୁ ଲୋକଙ୍କ ସୁଅ ଛୁଟିଥିଲା। ଅଞ୍ଜନଙ୍କ ଗଁା ଲୋକେ ମଧ୍ୟ ପହଞ୍ଚିଥିଲେ। ତେବେ ମୃତଦେହକୁ ମୂଷା ଏପରି କ୍ଷତବିକ୍ଷତ କରିଥିବା ମେଡିକାଲ କର୍ମଚାରୀମାନେ କହିବା ପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା। ସେମାନେ ଶବ ବ୍ୟବଚ୍ଛେଦ କରାଇ ନ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଜଣକୁ ଚାକିରି ଓ ଶବ ସଂସ୍କାର ପାଇଁ ସହାୟତା ଦାବିରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖବରପାଇ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁ, ମାଜିଷ୍ଟ୍ରେଟ ଦୋଳଗୋବିନ୍ଦ ସାହୁ ପ୍ରମୁଖ ପହଞ୍ଚତ୍ଥିଲେ ମଧ୍ୟ ସିଡିଏମ୍‌ଓ ଆସି ନ ଥିବାରୁ ଉତ୍ତ୍ୟକ୍ତ ଲୋକେ ମେଡିକାଲ କାଜୁଆଲିଟିରେ ରୋଗୀ ସେବା ବନ୍ଦ କରିବାକୁ କହିଥିଲେ। ଜନୈକ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ। ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଇ ଦେଇଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଅନୁଗୋଳ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମେଡିକାଲ ପରିସରରେ ମୁତୟନ କରାଯାଇଥିଲା। ପରେ ସିଡିଏମ୍‌ଓଙ୍କ ସହ ୫ ଜଣିଆ ଟିମ୍‌ ଓ ଅନୁଗୋଳ ଏସ୍‌ଡିପିଓ ମୃତ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ। ଶୁଦ୍ଧକ୍ରିୟା ପାଇଁ ରେଡକ୍ରସ ପକ୍ଷରୁ ସହାୟତା ଓ ମୃତ ଶିଶୁକନ୍ୟାଙ୍କ ବାପାଙ୍କୁ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ଦିଆଯିବାକୁ ମେଡିକାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ସହ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ଥାନା ଜାମୁନାଳୀଠାରେ ଥିବା ବନ ନିଗମ ଲିମିଟେଡ୍‌ର କାଠ ଡିପୋରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ନିଆଁ...

ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଅନୁଗୋଳ ଅଫିସ,୧୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ...

ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା

ଅନୁଗୋଳ,୬।୩: ଅନୁଗୋଳ ଜିଲା ଆଠମଲ୍ଲିକ ଲୁହାପଙ୍କ ପଞ୍ଚାୟତ ତେନ୍ତୁଳିପଦର ଗାଁରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀଙ୍କ ରୋଷଣୀ ବାଣରେ ୧୦ ବଖରା ଘର...

ବିପୁଳ ପରିମାଣ ବିଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ: ୨ ଗିରିଫ

ବନ୍ତଳା,୫।୩: ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରି ୪୬.୮ ଲିଟର ବିଦେଶୀ ମଦ ସହ ୧ଲକ୍ଷ ୧୦ହଜାର ୭୨୫ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା...

ଅନ୍ୟ ଜାତିରେ ବିବାହ: ମୃତଦେହକୁ ମିଳିଲାନି କାନ୍ଧ

ବଇଣ୍ଡା, ୨୮ା୨(ପରିକ୍ଷିତ ସାହୁ):ରକ୍ତ ସମ୍ପର୍କ ଉପରେ ଭାରିପଡ଼ିଗଲା ଜାତିପ୍ରଥା। ସମାଜରୁ ବାସନ୍ଦ ଓ ଜରିମାନା ଭୟରେ ପାଖ ମାଡ଼ିଲେନି କେହି। ମୃତଦେହକୁ କାନ୍ଧ ଦେବା ତ...

ଅନୁଗୋଳରେ ହାତୀ ଆକ୍ରମଣରେ ଯୁବକ ମୃତ, ଆଠଗଡ଼ରେ ବିଦ୍ୟୁତ ଝଟକାରେ ଗଲା ଦନ୍ତା ଜୀବନ

ଭୁବନେଶ୍ୱର,୨୭।୨: ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ମଣିଷମାନେ ଜଙ୍ଗଲ ନଷ୍ଟ କରି ଚାଲୁଥିବାରୁ ଫଳସ୍ୱରୂପ ଭୋକିଲା ହାତୀମାନେ...

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଟ୍ୟୁଶନ ସାର୍ ଗିରଫ

ପାଲଲହଡ଼ା,୨୧।୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ସଦରମହକୁମାଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image