Categories: ଗଞ୍ଜାମ

ବ୍ୟବସାୟୀଙ୍କଠାରୁ ରୁପା ଅଳଙ୍କାର ଲୁଟ୍‌

ଗୋପାଳପୁର,୩ା୧୦-ଗୋପାଳପୁର ଥାନା କଦରପୁଲି ଗ୍ରାମରେ ମଙ୍ଗଳବାର ଜଣେ ରୂପା ବ୍ୟବସାୟୀଙ୍କଠାରୁ ୫ କେଜିରୁ ଊର୍ଦ୍ଧ୍ୱ ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ନଂ. ୧୧୪/୧୯ରେ ମାମଲା ରୁଜୁ କରିଛି। ଥାନାଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରି ସିସି ଟିଭି ଫୁଟେଜକୁ ଯାଞ୍ଜ କରୁଛନ୍ତି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମହନ୍ତ ସୂଚନା ଦେଇଛନ୍ତି। ବ୍ରହ୍ମପୁର ମହାନଗର ନରସିଂହ ମନ୍ଦିର ସାହିର ଶିବ ନାୟକ ଲୁନାରେ ରୁପା ଅଳଙ୍କାର ଧରି ବିଭିନ୍ନ ଗ୍ରାମରେ ବିକ୍ରି କରିଥାନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଉକ୍ତ ଥାନା କଦରପୁଲି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଗାଡି ରଖି ବାକି ଟଙ୍କା ପାଇଁ ସେ ଯାଇଥିଲେ। ଏହି ସମୟରେ ଦୃର୍ବୃତ୍ତମାନେ ରୁପା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରିଥିଲେ। ପରେ ଶିବ ବାହାରକୁ ଆସି ଦେଖିବା ବେଳେ ବ୍ୟାଗ୍‌ ଗାଡ଼ିରେ ନ ଥିଲା। ଆଖପାଖରେ ବହୁତ ଖୋଜାଖୋଜି କରି ପାଇନଥିଲେ। ତେଣୁ ବୁଧବାର ଶିବ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।