Advertisement

ବ୍ୟବସାୟୀଙ୍କଠାରୁ ଲୁଟେରା ଝାମ୍ପିନେଲେ ଦେଢ଼ ଲକ୍ଷ ଟଙ୍କା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍‌ସ୍ଥିତ ଆଲ୍ହାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଶୁକ୍ରବାର ପୂର୍ବାହ୍ନରେ କଳା ପଲସରରେ ଆସି ଜଣେ ବ୍ୟବସାୟୀଙ୍କଠାରୁ ଦୁଇ ଲୁଟେରା ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ମଞ୍ଜୁରୀରୋଡ୍‌ର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡାଙ୍କଠାରୁ ଏହି ଲୁଟ୍‌ ହୋଇଥିବା ଜଣାପଡ଼ିଛି। ତେବେ କେନ୍ଦୁଝର ଜିଲା ଡଅଁରଠାରେ ଲୁଟେରା ଦ୍ୱୟ ଗାଡ଼ି ଛାଡ଼ି କେଉଁଆଡ଼େ ଚାଲି ଯାଇଛନ୍ତି। ଖବର ପାଇ ଘଟଣାସ୍ଥଳକୁ ଭଣ୍ଡାରିପୋଖରୀ ପୋଲିସ ଯାଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share