ବଅଁରପାଳ,୧୭।୩(ଡି.ଏନ୍.ଏ): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଏ ନେଇ ସରକାର ତତ୍ପର ହୋଇଉଠିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ବଅଁରପାଳସ୍ଥିତ ପାଲହାଟକୁ ମଙ୍ଗଳବାର ବନ୍ଦ କରାଯାଇଛି। ସକାଳୁ ବ୍ୟବସାୟୀ ପନିପରିବା ଧରି ଆସିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ତାଙ୍କୁ ସେଠାରୁ ହଟାଯାଇଛି। ପରେ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ବ୍ୟବସାୟୀମାନେ ନିଜର ସାମଗ୍ରୀ ଧରି ଗାଁକୁ ଫେରିଛନ୍ତି। କେହି କେହି ରାସ୍ତାରେ ବସି ଏହାକୁ ବିକ୍ରି କରିଥିବା ନଜର ଆସିଛି । ତେବେ ପୂର୍ବରୁ ହାଟକୁ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।