ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌: ଲୁଟିନେଲେ ୯ଭରି ସୁନା ଅଳଙ୍କାର

ସୋରଡା,୧୮ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆସିକା ଏସ୍‌ଡିପିଓ ଓ ବଡଗଡ ଥାନା ଅଧିକାରୀ ସଦଳବଳ ପହଞ୍ଚତ୍ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଇନାହାନ୍ତି। ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ବ୍ୟବସାୟୀ କେ. ସୀମାଦ୍ରି ପାତ୍ର କହିଛନ୍ତି। ପ୍ରକାଶ ଯେ, ବଡଗଡ ବଡଦାଣ୍ଡରେ ସୀମାଦ୍ରିଙ୍କ ଘର। ଘରର ଆଗପଟେ ଲୁଗା ସେ ଦୋକାନ କରିଥିବାବେଳେ ପଛପଟେ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ରୁହନ୍ତି। ସୋମବାର ସନ୍ଧ୍ୟାରେ ସେ ଦୋକାନରେ ବସିଥିବାବେଳେ ପଛପଟେ ଥିବା ଠାକୁର ଘରେ ସ୍ତ୍ରୀ ପୂଜା କରୁଥିଲେ। ୩ ଜଣ ଯୁବକ ଦୋକାନକୁ ଆସି ଲୁଗା ଦେଖାଇବାକୁ ସୀମାଦ୍ରିଙ୍କୁ କହିଥିଲେ। ସେ ଲୁଗା ଦେଖାଇବାବେଳେ ଯୁବକମାନେ ଭିତର ପଟୁ ଦୋକାନ କବାଟ ବନ୍ଦ କରି ଦେଇଥିଲେ। ପରେ ଦୋକାନ ପଛରେ ଥିବା ଘରକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସୀମାଦ୍ରିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେକରୁ ସୁନା ଚେନ୍‌, ହାତରୁ ଏକ ମୁଦି ବାହାର କରି ନେଇଥିଲେ। ଠାକୁର ଘରକୁ ଯାଇ ପୂଜା କରୁଥିବା ଗୀତାଞ୍ଜଳୀଙ୍କୁ ବନ୍ଧୁକ ଦେଖାଇ ସେ ପିନ୍ଧିଥିବା ୨ଟି ସୁନାଚେନ୍‌, ଗୋଟିଏ ହାତମୁଦି, ଏକ ସୁନା ଲକେଟ, ହାତରୁ ୨ପଟ ସୁନା ଚୁଡି ବାହାର କରିନେଇଥିଲେ। ଫୋନରେ ଜଣେ ଯୁବକ ବାହାରେ ଥିବା ସାଥୀଙ୍କୁ ଗାଡି ଷ୍ଟାର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାହାରକୁ ଆସି କେଉଁଆଡେ ଚାଲି ଯାଇଥିଲେ। ସୀମାଦ୍ରି ଓ ଗୀତାଞ୍ଜଳୀ ବାହାରକୁ ଆସି ପାଟି କରିବାରୁ ଲୋକେ ପଡୋଶୀ ପହଞ୍ଚତ୍ୟାଇଥିଲେ। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ପୋଲିସ ତଦନ୍ତ ଚଳାଇଛି। ଲୁଟ୍‌ ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୀମାଞ୍ଚଳ କହିଛନ୍ତି।

Share