ରାଇରଙ୍ଗପୁର,୨୭।୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବଜାରରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ, ରାଇରଙ୍ଗପୁର ଟାଉନ୍ ଥାନା ମୁଖ୍ୟ ବଜାରରେ ମହାନ୍ତି ପାନମସଲା ଦୋକାନୀ ମାଲିକ ରୂପେଶ କୁମାର ମହାନ୍ତି ରବିବାର ରାତିରେ ଦୋକାନ ଭିତରେ ଟଙ୍କା ଗଣୁଥିବା ବେଳେ ୩ ଅଜଣା ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ହଠାତ୍ ପଶିଆସିଥିଲେ। ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ରୂପେଶ ସୋମବାର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି।