Categories: ଜାତୀୟ

ବ୍ୟବସାୟୀଙ୍କ କ୍ରୋଧ: ଜାଳିଦେଲେ ଚାଇନା ସାମଗ୍ରୀ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ଏବେ ଦିଲ୍ଲୀରେ ବ୍ୟବସାୟୀଙ୍କ କ୍ରୋଧ ଦେଖିବାକୁ ମିଳିଛି। କରୋଲ ବାଗରେ କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ଦ୍ୱାରା କରାଯାଇଥିବା ଅଭିଯାନରେ ବ୍ୟବସାୟୀମାନେ ଚାଇନା ସାମଗ୍ରୀକୁ ପୋଡି ଦେଇଛନ୍ତି। ଏହାସହ ବଲିଉଡ୍‌ ସେଲିବ୍ରିଟି ଓ କ୍ରିକେଟରମାନଙ୍କୁ ଚାଇନା ସାମଗ୍ରୀର ବ୍ରାଣ୍ଡିଂ ନ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ବ୍ୟବସାୟୀ ସଂଘ ପକ୍ଷରୁ ଆଗକୁ ପାଳନ ହେବାକୁ ଥିବା ରାଖି ପୂର୍ଣ୍ଣିମା, ଦୀପାବଳୀ ଓ ହୋଲିରେ କେବଳ ଭାରତୀୟ ସାମଗ୍ରୀ ବ୍ୟବହାର କରିବାକୁ କହିଛନ୍ତି। ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ସି ଭରତିଆ କହିଛନ୍ତି ଆସନ୍ତା ରାଖିରେ ଚାଇନା ସାମଗ୍ରୀର ଅସଲି ବହଷ୍କାର ନଜର ଆସିବ। ଆହୁରି ମଧ୍ୟ ଚଳିତବର୍ଷ ଦିପାବଳୀ ଶହୀଦ ହୋଇଥିବା ଭାରତୀୟ ସେନାଙ୍କ ସମ୍ମାନରେ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଦିପାବଳୀ ପାଳନ କରାଯିବ ବୋଲି ସେ କହିଛନ୍ତି। ସେହିପରି ଲକ୍ଷ୍ମୀ ଓ ଗଣେଶଙ୍କର ମୂର୍ତ୍ତି କେବଳ ମାଟିରେ ନିର୍ମାଣ କରାଯିବ। ସୂଚନାଯୋଗ୍ୟ, ଚାଇନା ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ପ୍ରତି ଲୋକଙ୍କ ରାଗ ଦେଖିବାକୁ ମିଳିଛି।

Share