ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନବଜାର ଓ ତ୍ରିବେଣୀ ମଠ ଛକଠାରେ ଏନ୍ଏସି ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନାରେ ସର୍ବସାଧାରଣ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ବ୍ୟୟ ଅଟକଳ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ପୂର୍ବରୁ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର ପ୍ଲାଷ୍ଟିକ କବାଟ ଯୋଗୁ ଏଭଳି ଅବସ୍ଥା ହୋଇଥିବା ଆଲୋଚନା ହେଉଛି। ଏସ୍ଏଚ୍ଜି ମହିଳା ଗୋଷ୍ଠୀଙ୍କ ନାମରେ କାମ ଆଣି ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ପୁରୁଣା ଜିନିଷ ଲଗାଇ ମାଲାମାଲ ହେଉଛନ୍ତି ଠିକାଦାର। ଏନ୍ଏସି ପ୍ରଶାସନ ଏବଂ ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଏଭଳି ସହରରେ ଅନେକ କାର୍ଯ୍ୟ ହେଉଥିଲେ ମଧ୍ୟ କୌଣସି ତଦନ୍ତ ହେଉ ନ ଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ