Advertisement

ବ୍ୟାକ୍ଟେରିଆ ରୋକିବାର ସରଳ ଉପାୟ

ବ୍ୟାକ୍ଟେରିଆ ନିଜର କାୟାବିସ୍ତାର କଲେ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ନିୟନ୍ତ୍ରଣ କରିବାର ଏକ ସରଳ ଉପାୟ ରହିଛି। ଏ ସମ୍ପର୍କିତ ବିଷୟକୁ ନେଇ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ଲୋକ ଲୋଚନକୁ ଆଣିଛନ୍ତି। ଉକ୍ତ ୟୁନିଭର୍ସିଟି ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆମ ପାଟିରୁ କ୍ଷରଣ ହେଉଥିବା ଲାଳ ଦ୍ୱାରା ବ୍ୟାକ୍ଟେରିଆ ନିୟନ୍ତ୍ରିତ ହୋଇପାରିବେ। ଆମେ କୁଳି କରିବା ସମୟରେ ପାଟିରୁ ବାହାରୁଥିବା ଲାଳରେ କେତେକ ବ୍ୟାକ୍ଟେରିଆ ବାହାରି ଯାଆନ୍ତି। ପୁଣି ପାଟିରୁ କ୍ଷରଣ ହେଉଥିବା ଲାଳ ସେମାନଙ୍କ ବଂଶ ବୃଦ୍ଧି କରିବାକୁ ସହଜରେ ଦେଇ ନ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel