Categories: ଖେଳ

ବ୍ୟାକ୍‌ ଇଞ୍ଜୁରି: ଏଟିପି କପ୍‌ ରବରରୁ ଓହରିଲେ କିର୍ଗିୟସ

ବ୍ରସ୍‌ବେନ,୫।୧(ଏଏଫପି): ଅଷ୍ଟ୍ରେଲୀୟ ଟେନିସ ତାରକା ନିକ୍‌ କିର୍ଗିୟସ୍‌ ରବିବାର ବ୍ୟାକ୍‌ ଇଞ୍ଜୁରି କାରଣରୁ ଏଟିପି କପ୍‌ ରବରରୁ ଓହରିଯାଇଛନ୍ତି। ଏଠାରେ ଖେଳାଯିବାକୁ ଥିବା କାନାଡ଼ାର ଫେଲିକ୍ସ ଅଗେର – ଅଲିଆଜିମଙ୍କ ବିପକ୍ଷ ମ୍ୟାଚ୍‌ରୁ ସେ ଓହରିଯାଇଛନ୍ତି। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ୩ ନମ୍ବର ଖେଳାଳି ଜନ୍‌ ମିଲମ୍ୟାନ ପ୍ୟାଟ୍‌ ରାଫ୍ଟର ଏରିନାରେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ।
ଜର୍ମାନୀ ବିପକ୍ଷ ପ୍ରାରମ୍ଭିକ ଟାଇରେ କିର୍ଗିସୟସ୍‌ ଜବରଦସ୍ତ ଫର୍ମରେ ଥିଲେ ଓ ସେ ଜାନ- ଲିନାର୍ଡ ଷ୍ଟ୍ରଫ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ଦ୍ୱିତୀୟ ସିଙ୍ଗଲ୍ସ ରବରରେ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉର ଓ କାନାଡ଼ାର ନମ୍ବର ୧ ଖେଳାଳି ଡେନିସ ଶାପୋଭାଲୋଭ ପରସ୍ପରକୁ ଭେଟିବେ।

Share