ବ୍ୟାଗ୍‌ରୁ ମିଳିଲା ୨୧ ଦିନର ଶିଶୁକନ୍ୟା: ଆମେରିକା ପୋଲିସ ଝିଅଟିର ନାଁ ରଖିଲା ‘ଇଣ୍ଡିଆ’

ଓ୍ବାଶିଂଟନ୍‌, ୨୭।୬: ଆମେରିକାର ଜର୍ଜିଆ ସହରରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗରୁ ୨୧ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆମେରିକା ପୋଲିସ ଶିଶୁକନ୍ୟାଟିର ନାମ ‘ଇଣ୍ଡିଆ’ ରଖିଛି। ଶିଶୁଟିର ମା’ଙ୍କୁ ଖୋଜିବା ପାଇଁ ଏକ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ଏକ ଭିଡିଓ ଜରିଆରେ ଲୋକଙ୍କୁ ଅପିଲ୍‌ ମଧ୍ୟ କରାଯାଉଛି। ସୂଚନାଯୋଗ୍ୟ, ଶିଶୁକନ୍ୟାରେ ଜୁନ ୬ରେ ରାସ୍ତାକଡରୁ ମିଳିଥିଲା। ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଝିଅଟିକୁ ପୂରାଇ କେହି ଫୋପାଡି ଦେଇଥିବା ପୋଲିସ ଅନୁମାନ କରୁଛି। ପିଲାଟି କାନ୍ଦିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଶିଶୁଟିକୁ ଉଦ୍ଧାର କରି ମେଡିକାଲ ଟେଷ୍ଟ ପାଇଁ ପଠାଇଥିଲା। ପରେ ତାଙ୍କ ପରିଜନଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। କୌଣସି ସନ୍ଧାନ ନ ମିଳିବାରୁ ଏକ ଭିଡିଓ ଜାରି କରି ପିଲାଟିର ପରିବାର ଲୋକେ ଆସି ତାଙ୍କୁ ନେବା ପାଇଁ ଅପିଲ୍‌ କରାଯାଇଛି।

Share