ବ୍ୟାଙ୍କଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ;ଗ୍ରାହକଙ୍କୁ ରେପୋ ରେଟ୍‌ ହ୍ରାସର ଫାଇଦା ଦିଅ

ନୂଆଦିଲ୍ଲୀ,୧୩-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍‌ ହ୍ରାସ କରିଛନ୍ତି। ଅଥଚ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଉନାହାନ୍ତି। ଏହାକୁ ନେଇ କ୍ଷୁବ୍‌ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କଗୁଡ଼ିକୁ ରେପୋ ରେଟ୍‌ ହ୍ରାସର ଫାଇଦା ଗ୍ରାହକଙ୍କୁ ଦେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ଦୈନିକ ଭିତ୍ତିରେ ବ୍ୟାଙ୍କଗୁଡ଼ିକ ନିଜର ନିଷ୍ପତ୍ତି ନ ନେଲେ ଦେଶର ଅର୍ଥନୀତି ଆଗେଇବ ନାହିଁ।
ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକୁ ଦୈନିକ ଭିତ୍ତିରେ ସମସ୍ୟାକୁ ବୁଝି ଏହାର ସମାଧାନ କରିବାକୁ ହେବ। ଆର୍ଥିକ ନୀତି ପ୍ରଣୟନ କ୍ଷେତ୍ରରେ ବଜେଟ କାର୍ଯ୍ୟାରମ୍ଭ କରିବା କିମ୍ବା ଶେଷ କରିବାର ମାଧ୍ୟମ ହେବା ଅନୁଚିତ୍‌। ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ, ଦେଶର ଆର୍ଥିକ ପ୍ରଗତିର ମାନେ ହେଉଛି ସମ୍ପତ୍ତି ସୃଷ୍ଟି କରିବାକୁ ବୁଝାଇବ। ଏହାର ଅର୍ଥାତ୍‌ ଲୋକଙ୍କ ନିକଟରେ ଖର୍ଚ୍ଚ କରିବା ଲାଗି ଅଧିକ ଅର୍ଥ ରହିବା ଆବଶ୍ୟକ। ଦୀର୍ଘମିଆଦି ଭିତ୍ତିରେ ଦେଶର ଅର୍ଥନୀତିକୁ ଆଗେଇ ନିଆଯାଉଛି। ଉଲ୍ଲେଖଥାଉ କି, ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା ଲାଗି ମୋଦି ସରକାର ଉଦ୍ୟୋଗ ଜଗତରେ ନିବେଶ ବୃଦ୍ଧି କରିବା ଉପରେ ଜୋର୍‌ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଚାହୁଁଛନ୍ତି ନିବେଶ ବୃଦ୍ଧି କରି ନିବେଶକାରୀ ସେଥିରୁ ଅଧିକ ଲାଭ ଉଠାନ୍ତୁ। ଏହାଦ୍ୱାରା ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଦେଶର ଅର୍ଥନୀତିର ବିକାଶ ହେବ। ଉଦ୍ୟୋଗ ଜଗତ ଦ୍ରୁତଗତିରେ ଉତ୍ପାଦନ ବଢ଼ାଇ ଦେଶ ସମେତ ବିଦେଶରେ ନିଜର ଉପସ୍ଥିତି ଜାହିର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri