ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କଠାରୁ ଲୁଟ୍‌: ୨ ଅଭିଯୁକ୍ତ ଅଟକ

ବସ୍ତା,୬।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବସ୍ତା ଶାଖାରେ ଜଣେ ଗ୍ରାହକଙ୍କ ନିକଟରୁ ୫୦ ହଜାର ଲୁଟ୍‌ ଅଭିଯୋଗରେ ଦୁଇ ଦୁର୍ବୃତ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବ୍ୟାଙ୍କରୁ ଗ୍ରାହକ ଜଣକ ଟଙ୍କା ଉଠାଇବା ପରେ ୨ଜଣ ଦୁର୍ବୃତ୍ତ ତାଙ୍କଠାରୁ ଛଡ଼ାଇ ନେଇ ଦୌଡ଼ି ପଳାଉଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଲୁଟେରା ଦୁଇଜଣଙ୍କୁ ଧରିଥିଲେ। ପରେ ବସ୍ତା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ବାଇକ୍‌ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।