Categories: ଗଞ୍ଜାମ

ବ୍ୟାଙ୍କରୁ ୭୩ ହଜାର ଟଙ୍କା ଚୋରି

ଶଙ୍କରାଖୋଲ,୨ା୭(ଡି.ଏନ୍‌.ଏ.)-ଚକାପାଦ ଥାନା ଚକାପାଦ ଭାରତୀୟ ଷ୍ଟେଟବ୍ୟାଙ୍କରୁ ସୋମବାର ସକାଳେ ୭୩ ହଜାର ୮୫ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର ଫିଲ୍ଡ ଅଫିସର ମନୋରଞ୍ଜନ ଆଚାର୍ଯ୍ୟଙ୍କ ଏତଲା କ୍ରମେ ଚକାପାଦ ପୋଲିସ ନଂ. ୩୩/୧୯ ମାମଲା ରୁଜୁ କରିଛି। ଘଟଣାସ୍ଥଳ ଫୁଲବାଣୀ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରି ଫେରିଛନ୍ତି। ଦୁର୍ବୃତ୍ତମାନେ ଶନିବାର କିମ୍ବା ରବିବାର ରାତିରେ ବ୍ୟାଙ୍କର ପଛପାଖ ଝରକା କବାଟ ଭାଙ୍ଗି ଭିତରକୁ ପଶିଥିଲେ ା ବ୍ୟାଙ୍କର ସିସିଟିଭି କ୍ୟାମେରା ଭାଙ୍ଗିବା ପରେ ଷ୍ଟ୍ରଙ୍ଗରୁମ ତାଲା ଭାଙ୍ଗି ଟଙ୍କା ଲୁଟି ନେଇଥିଲେ ା ଅନ୍ୟ ଏକ ଲକରକୁ ଭାଙ୍ଗିବାକୁ ଉଦ୍ୟମ କରି ଭାଙ୍ଗି ନ ପାରି ନିରାଶ ହୋଇ ଚାଲିଯାଇଛନ୍ତି ା ବ୍ୟାଙ୍କର ଝାଳୁଦାର ରବି ନାୟକ ସକାଳେ ବ୍ୟାଙ୍କ ଖୋଲିବା ବେଳେ ଷ୍ଟ୍ରଙ୍ଗରୁମ୍‌ ତାଲା ଭଙ୍ଗାଯାଇଥିବା ଦେଖି ଫିଲ୍ଡ ଅଫିସରକୁ ଜଣାଇଥିଲେ। ସେ ଚକାପାଦ ଥାନାରେ ଅଭିଯୋଗ କରିଥିଲେ।