Categories: ବାଣିଜ୍ୟ

ବ୍ୟାଙ୍କରେ କମିଛି ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ

ନୂଆଦିଲ୍ଲୀ,୨୬-୬: ବ୍ୟାଙ୍କରେ ୧ ଲକ୍ଷ ବା ତା’ଠାରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ପରିମାଣ ୨୦୧୬-୧୭ରୁ ହ୍ରାସ ପାଇଛି। ୨୦୧୬-୧୭ରେ କେବଳ ୨୫,୮୮୪ କୋଟି ଟଙ୍କାର ଏହି ପରିମାଣ ଠକେଇ ହୋଇଥିବା ଆର୍‌ବିଆଇ ନିକଟରେ ଅଭିଯୋଗ ହୋଇଛି। ତେବେ ଏହି ପରିମାଣ ୨୦୧୭-୧୮ରେ ହ୍ରାସ ପାଇ ୯୮୬୬ କୋଟି ଟଙ୍କା ଏବଂ ୨୦୧୮-୧୯ରେ ୬୭୩୫ କୋଟି ଟଙ୍କାକୁ କମିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ରାଜ୍ୟସଭାରେ କହିଛନ୍ତି। ସେ କହିଛନ୍ତି ଯେ, ବ୍ୟାଙ୍କ ଠକେଇକୁ ରୋକିବା ଲାଗି ସମନ୍ବିତ ପଦକ୍ଷେପ ନିଆଯିବା ଦ୍ୱାରା ଏହା କ୍ରମାଗତ ହ୍ରାସ ପାଇଚାଲିଛି। ଏହି ଅବସରରେ ସେ କହିଛନ୍ତି ଯେ, ୩୧୫୪ ଜଣ ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ବିରୋଧରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏତଲା ଦାଏର ହୋଇଛି।

Share