ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନଗଦ ଅଭାବ ରହିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ରେକର୍ଡ ପୁଞ୍ଜି ଯୋଗାଣ, ସୁଧହାର ହ୍ରାସ ଭଳି ପଦକ୍ଷେପର ପ୍ରଭାବ କମ୍‌ ହୋଇଛି। ଏହି ସମୟରେ ନଗଦ ଅଭାବ ହାର ସାମାନ୍ୟ ଅବସ୍ଥାରେ ରହୁଥିବା ବେଳେ ଚଳିତ ବର୍ଷ ଟିକିଏ ଅଧିକ ରହିଥିବା ଆକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଚାଟାର୍ଜୀ କହିଛନ୍ତି। ସରକାରୀ ଖର୍ଚ୍ଚ କମିବାରୁ ଆରବିଆଇ ନିକଟରେ ବର୍ତ୍ତମାନ ସରକାରଙ୍କ ଅଧିକ ବାଲାନ୍ସ ରହିଛି। ସେହିଭଳି ଉଚ୍ଚ ହାରରେ ଉଠାଣ, ବିଦେଶୀ ମୁଦ୍ରା ଆଗମନରେ ଦୁର୍ବଳ ଅବସ୍ଥା, ଉଚ୍ଚ କ୍ୟାଶ ରିଜର୍ଭ ରେସିଓ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଚାଟାର୍ଜୀ କହିଛନ୍ତି।

ବ୍ଲୂମବର୍ଗ ଇଣ୍ଡିଆ ବ୍ୟାଙ୍କିଙ୍ଗ୍‌ ଲିକ୍ୟୁଇଡ ଗଜ୍‌ ଡାଟା ମୁତାବକ ଏପ୍ରିଲ ୩ରେ ନଗଦ ଅଭାବ ୩୧,୩୯୬ କୋଟି ଟଙ୍କା ଥିବା ବେଳେ ଏପ୍ରିଲ ୧୬ରେ ଏହା ୭୦,୨୬୬ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ବିମୁଦ୍ରୀକରଣ ସତ୍ତ୍ୱେ ଏହି ଅବଧିରେ ସିଷ୍ଟମରେ ୩୩,୪୦୦ କୋଟି ଏବଂ ୮୬,୬୦୦ କୋଟି ଟଙ୍କାର ବଳକା କ୍ୟାଶ ରହିଥିଲା। ଏପ୍ରିଲରେ ସରକାରଙ୍କ ଅପ୍ରତ୍ୟାଶିତ ଖର୍ଚ୍ଚ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ ସୂଚନା ଦେଇଛନ୍ତି। ନଗଦ ଅଭାବ ଜନିତ ସ୍ଥିତି ଯୋଗୁ ମୁଦ୍ରାନୀତି ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।

ଏପ୍ରିଲ ୧୬ ସୁଦ୍ଧା ସରକାରଙ୍କ ନିକଟରେ ୪୭,୩୩୩ କୋଟି ଟଙ୍କାର ବଳକା ନଗଦ ଅର୍ଥ ରହିଛି। ଗତ ବର୍ଷ ସମାନ ସମୟ ଅବଧିରେ ଏହି ପରିମାଣ ଶୂନ ରହିଥିଲା। ଚଳିତ ମାସ ଶେଷ ଆଡକୁ ଜିଏସ୍‌ଟି ଆଦାୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ନଗଦ ଅଭାବ ଏବଂ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ନ ହେବା ଯୋଗୁ ଏହା ବଳକା ନଗଦକୁ ଆହୁରି ବୃଦ୍ଧି କରିବ। ଏପ୍ରିଲ ଶେଷ ବେଳକୁ ବ୍ୟବସ୍ଥାରେ ନଗଦ ଅଭାବ ୧ ଲକ୍ଷ କୋଟି ଟଙ୍କା ଟପିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

୨୦୧୮-୧୯ ଆର୍ଥତ୍କ ବର୍ଷରେ ରିଜର୍ଭ ବ୍ୟାଙ୍କ ୨.୯୮ ଲକ୍ଷ କୋଟି ଟଙ୍କାର ନଗଦ ବଜାରକୁ ଛାଡିଥିଲା। ମାର୍ଚ୍ଚରେ ୩୪,୫୦୦ କୋଟି ଟଙ୍କାର ଡଲାର ସ୍ବାପ ଅକ୍ସନ କରିଛି। ଚଳିତ ସପ୍ତାହରେ ଏଭଳି ଆଉ ଏକ ଅକ୍ସନ ଆରବିଆଇ କରିଥିଲା। ଟର୍ମ ରେପୋ ଦ୍ୱାରା ଆରବିଆଇ ଅର୍ଥ ବ୍ୟବସ୍ଥାରେ ନଗଦ ଛାଡିପାରେ ବୋଲି ଇଣ୍ଡିଆ ରେଟିଂର ସହଯୋଗୀ ନିର୍ଦ୍ଦେଶକ ସୌମ୍ୟଜିତ ନିୟୋଗୀ କହିଛନ୍ତି। ନିର୍ବାଚନ ପରେ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶା କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଣ୍ଡ ନିଲାମ ଏହି ନଗଦ ଅଭାବ ସ୍ଥିତିକୁ ଆହୁରି ପ୍ରଭାବିତ କରିପାରେ ବୋଲି ନିୟୋଗୀ କହିଛନ୍ତି। ସରକାରଙ୍କ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ନଗଦ ସ୍ଥିତିରେ ଉନ୍ନତି ଆଣିବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Ola ବାଇକ୍‌ ବୁକ୍‌ କରିଥିବା ଗ୍ରାହକଙ୍କ ପାଇଁ ଖୁସିଖବର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,୧୩।୪: ଓଲା ଇଲେକ୍ଟ୍ରିକ୍‌ ବାଇକ ରୋଡଷ୍ଟର ଏକ୍ସ (Ola Roadster X) ବୁକ୍‌ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର। ଓଲା ଏହାର ବାଇକ୍‌ର...

ଏଣିକି ଅନଲାଇନ୍‌ରେ କିଣି ପାରିବେ ବାଇକ୍‌-ସ୍କୁଟର୍‌; Flipkart ସହ ହାତ ମିଳାଇଲା…

ନୂଆଦିଲ୍ଲୀ,୧୩।୪: ସୁଜୁକି ୨ ଚକିଆ କମ୍ପାନୀ ଫ୍ଲିପକାର୍ଟ ସହିତ ହାତ ମିଳାଇଛି। ବର୍ତ୍ତମାନ ଏହି ସହଭାଗୀତା ଅଧୀନରେ କମ୍ପାନୀ Flipkart ରେ Avenis, V-Strom SX,...

ରହିବନି ପେଟ୍ରୋଲ ଚିନ୍ତା, ୧୦ ହଜାର ଟଙ୍କାରେ ମିଳିବ ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଜାଣନ୍ତୁ କ’ଣ ରହିଛି ସୁବିଧା…

ନୂଆଦିଲ୍ଲୀ,୧୩ା୪: ଯଦି ଆପଣ ପ୍ରତିଦିନ ଆପଣଙ୍କ ଗାଡ଼ି ବିଷୟରେ ଚିନ୍ତିତ ଏବଂ ପେଟ୍ରୋଲରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଇଲେକ୍ଟ୍ରିକ ଗାଡ଼ି ଆପଣଙ୍କ ପାଇଁ ସର୍ବୋତ୍ତମ...

ଜାଣିଛନ୍ତି କି? ରାମ ମନ୍ଦିରରୁ ସରକାରଙ୍କୁ ମିଳିଛି ୪୦୦କୋଟି ଟଙ୍କାର ଟିକସ

ନୂଆଦିଲ୍ଲୀ,୧୩।୪:ଭାରତରେ ଦେଖିବା ଏବଂ ବୁଲିବା ପାଇଁ ଅନେକ ଜିନିଷ ଅଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି, ବୁଲିଥାନ୍ତି, ଫଟୋ ଉଠାଇଥାନ୍ତି ଏବଂ ଏହାର...

Gold Price: ୭୫ହଜାର ଟଙ୍କା ଖସିଯିବ ସୁନାଦର! ଜଣାପଡିଲା କେଉଁଦିନ ହେବ

ନୂଆଦିଲ୍ଲୀ,୧୩।୪: ଗତ କିଛି ସପ୍ତାହ ଧରି ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ 24 କ୍ୟାରେଟ ସୁନାର ମୂଲ୍ୟ 5,010 ଟଙ୍କା...

ଆପଣଙ୍କ WhatsAppକୁ ଆସୁଛି କି ଅଜଣା ନମ୍ବରରୁ ବ୍ଲର୍‌ ଫଟୋ? ଗୋଟିଏ ଭୁଲ୍‌ ଯୋଗୁ ଖାଲି ହୋଇଯିବ ଆକାଉଣ୍ଟ 

ନୂଆଦିଲ୍ଲୀ,୧୨।୪: ଆଜିକାଲି ହ୍ବାଟ୍ସଆପରେ ଏକ ନୂତନ ଠକେଇ ସାମ୍ନାକୁ ଆସିଛି। ଯାହାକୁ ବ୍ଲର୍‌ ଇମେଜ ସ୍କାମ କୁହାଯାଉଛି। ଲୋକଙ୍କୁ ଠକିବା ପାଇଁ ବହୁତ ଚତୁରତାର ସହିତ...

Gold: ଏପ୍ରିଲରେ କେଉଁଦିନ ସୁନା କିଣିଲେ ଶୁଭ ହୋଇଥାଏ? ଜାଣନ୍ତୁ କେବେ ଶସ୍ତା…

ଶାସ୍ତ୍ର ଅନୁସାରେ, ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । କାହିଁକି ନା ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ ବୋଲି କୁହାଯାଏ...

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ବର୍ଷେଯାଏ ମାଗଣାରେ ମିଳିବ 5G ଡାଟା

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓର ଶସ୍ତା ଠାରୁ ମହଙ୍ଗା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପ୍ରିପେଡ ଏବଂ ପୋଷ୍ଟପେଡ ପ୍ଲାନ ରହିଛି। କିନ୍ତୁ ଆଜି ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image