Categories: ବାଣିଜ୍ୟ

ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସମସ୍ୟାକୁ ନେଇ ଅଭିଜିତ ବାନାର୍ଜୀଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୨୩-୧୦: ଭାରତର ବ୍ୟାଙ୍କିଙ୍ଗ ଶିଳ୍ପରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ନେଇ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ କ୍ଷେତ୍ର ସମସ୍ୟା ସମାଧାନ ଲାଗି ଗଠନମୂଳକ ପରିବର୍ତ୍ତନ ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଅଭିଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଭେଟିଥିବା ଜଣାପଡ଼ିଛି। ଅର୍ଥନୀତିର ବିଭିନ୍ନ ଦିଗ ଉପରେ ସେଠାରେ ଆଲୋଚନା ହୋଇଥିଲା। ବ୍ୟାଙ୍କଗୁଡିକରେ ସରକାରଙ୍କ ଅଂଶଧନ ୫୦%ରୁ ତଳକୁ ଖସିବାର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମକୁ ସେ କହିଛନ୍ତି। ଏହା ହେବା ଦ୍ୱାରା ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି)ଙ୍କ ବିନା ଭୟରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ବୋଲି ସେ ମତ ରଖିଛନ୍ତି। ଏହାବାଦ ଗତ ପାଞ୍ଚ ବର୍ଷ ଧରି ବ୍ୟାଙ୍କଗୁଡିକରେ ବଢି ଚାଲିଥିବା ଏନ୍‌ପିଏ, ବଡ ବଡ ବ୍ୟାଙ୍କ ଠକେଇ ଭଳି ସମସ୍ୟା ଉପରେ ସେ ନିଜର ମତ ରଖିଛନ୍ତି।

Share