ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ନଗଦ ସଙ୍କଟ

ନୂଆଦିଲ୍ଲୀ,୧୬।୫:   ଦେଶରେ ସାଧାରଣ ନିର୍ବାଚନ କାରଣରୁ କେନ୍ଦ୍ର ସରକାର ଖର୍ଚ୍ଚ କମାଇ ଦେଇଛନ୍ତି। ଫଳରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଲିକ୍ୟୁଡିଟି(ନଗଦ) କମିଗଲାଣି। ଏବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୪୦,୮୫୯ କୋଟି ଟଙ୍କାର ନଗଦ ସଙ୍କଟ ଦେଖାଦେଇଛି। ପୂର୍ବବର୍ଷ ଏହି ଅବଧିରେ ୧୫,୮୫୭ କୋଟି ଟଙ୍କା ବଳକା ଥିଲା ବୋଲି ବ୍ଲୁମବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି।

ଏସ୍‌ବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ ଉକ୍ତ ରିପୋର୍ଟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏପ୍ରିଲରେ ଖର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଏହି କାରଣରୁ ଏବେ ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଅପ୍ରତ୍ୟାଶିତ ଭାବେ ନଗଦ ସଙ୍କଟ ଦେଖାଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରେପୋ ରେଟ୍‌ ହ୍ରାସ କରିଥିଲେ ମଧ୍ୟ ଏହି କାରଣରୁ ଲୋକେ ଏହାର ଫାଇଦା ପାଇଲେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ଥନୀତିରେ ଅଭିବୃଦ୍ଧି ଲାଗି ଆର୍‌ବିଆଇ ଗତ ଦୁଇଟି ମୁଦ୍ରାନୀତିରେ ରେପୋ ରେଟ୍‌କୁ ୦.୨୫% ହିସାବରେ ଦୁଇଥର ବୃଦ୍ଧି କରିଥିଲେ। କିନ୍ତୁ ନଗଦ ସଙ୍କଟ କାରଣରୁ ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ହ୍ରାସ କରିବାରେ ଅସମର୍ଥ ହେଲେ। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି, ଏପ୍ରିଲରେ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଅଭାବ ଚକିତ କରିଛି। ସରକାର ଖର୍ଚ୍ଚ ହ୍ରାସ କରିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ ସପ୍ତାହ ଭିତରେ ସିଷ୍ଟମରେ ନଗଦ ହ୍ରାସ ଆହୁରି ବଢ଼ିବ  ବୋଲି ତାଙ୍କର ମତ। ତେବେ ଏପ୍ରିଲ ତୁଳନାରେ ଏବେ ନଗଦ ସ୍ଥିତି ଅଧିକ ଉନ୍ନତ ହୋଇଛି। ଗତ ମାସରେ ଏହା ୧.୪୯ ଲକ୍ଷ କୋଟି ଟଙ୍କା ପହଞ୍ଚତ୍ୟାଇଥିଲା। ଏହାପରେ ଆର୍‌ବିଆଇ ବ୍ୟାଙ୍କିଙ୍ଗ ସିଷ୍ଟମରେ ଅଧିକ ନଗଦ ବଢ଼ାଇଥିଲେ। କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଜୁନ୍‌ରୁ ସ୍ଥିତି ସ୍ବାଭାବିକ ହେବା ଆରମ୍ଭ କରିବ ବୋଲି ଘୋଷ ପ୍ରକାଶ କରିଛନ୍ତି। ଭରଦ୍ୱାଜ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ନୂଆ ସରକାର ଖର୍ଚ୍ଚ କରିବା ଆରମ୍ଭ କରିବା ମାତ୍ରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ବଳକା ହେବ। ମେ ୧୩ରେ କେନ୍ଦ୍ରର ବଳକା ପରିମାଣ ୪୪,୩୧୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଗତବର୍ଷ ଏହି ସମୟରେ ଏହା ଶୂନ ଥିଲା। କେନ୍ଦ୍ର ନିକଟରେ ଏତେ ପରିମାଣ ନଗଦ ରହିବା ଅର୍ଥ ଏହା ଖର୍ଚ୍ଚ କାଟ କରିଛି। ଏପ୍ରିଲ ୩୦ ସୁଦ୍ଧା ବଳକା ୭୯,୪୦୦ କୋଟି ଟଙ୍କା ଥିଲା। କେୟାର ରେଟିଙ୍ଗସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନବୀସ୍‌ କହିଛନ୍ତି, ନଗଦ ସଙ୍କଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିଲେ ସରକାରୀ ବଣ୍ଡ ସୁଧ ହାର ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍‌ ହ୍ରାସର କୌଣସି ଫାଇଦା ମିଳିବ ନାହିଁ। ବର୍ତ୍ତମାନ ଋଣ ଅଭିବୃଦ୍ଧି ଜମାଠାରୁ ବହୁ ଅଧିକ ହୋଇଗଲାଣି। ଏହି କାରଣରୁ ମଧ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ସଙ୍କଟ ଦେଖାଦେଇଛି। ସେ କହିଛନ୍ତି, ଆର୍ଥିକ ବର୍ଷ ୨୦୧୮ ପରେ ଏପ୍ରିଲ ୨୬ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ୧୩ ପ୍ରତିଶତ ଥିଲା ବେଳେ ଜମା ୯.୭% ରହିଛି। ଅନ୍ୟପକ୍ଷରେ ଆର୍‌ବିଆଇ ସିଷ୍ଟମରେ ଅଧିକ ନଗଦ ପହଞ୍ଚାଇବା ଲକ୍ଷ୍ୟରେ ଓପନ ମାର୍କେଟ ଅପରେଶନ୍ସ(ଓଏମ୍‌ଓ) ଜରିଆରେ ସରକାରୀ ବଣ୍ଡ କିଣିଛି। ଆର୍‌ବିଆଇ ଡଲାର-ଟଙ୍କା ଅଦଳବଦଳ ଜରିଆରେ ମଧ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମରେ ୧୦ ବିଲିୟନ ଡଲାର ଭାରତୀୟ ଟଙ୍କା ବଜାରରେ ପ୍ରବେଶ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri