ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ୩୫ଲକ୍ଷ ଲୁଟ୍‌ ଘଟଣା : ୩ ଟିମ୍‌ର ଖୋଳତାଡ଼, ମିଳିଛି ସୁରାକ

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ନିଆଳିସ୍ଥିତ ଇଣ୍ଡିିଆନ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଟିମ୍‌ରେ ସ୍ପେଶାଲ ସ୍କ୍ବାଡ୍‌ ଏବଂ କ୍ୟୁଏଟି ରହିଛି। ତେବେ ତଦନ୍ତବେଳେ ଟିମ୍‌ ହାତରେ କିଛି ସୁରାକ ଲାଗିଥିବା ଜଣାପଡିଛି। ଏହି ଦୁଇ ଜଣ ବ୍ୟକ୍ତି ବ୍ୟାଙ୍କ୍‌ କର୍ମଚାରୀଙ୍କ ଲିଙ୍କ୍‌ରେ ରହିଥିବା ପୋଲିସ ସିଡିଆର୍‌ ରିପୋର୍ଟରୁ ଜାଣିବାକୁ ପାଇଛି। ତେଣୁ ପୋଲିସ ସେମାନଙ୍କୁ ପଚରାଉଚରା କରିବାସହ ଲୁଟରେ ସେମାନଙ୍କ ସମ୍ପର୍କ ରହିଛି କି ନାହିଁ ସେନେଇ ପ୍ରମାଣ ଯୋଗାଡ କରୁଛି। ଅନ୍ୟପକ୍ଷରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠୁଛି। ବିନା ସୁରକ୍ଷାକର୍ମୀରେ ପୁଣି ଭଡ଼ା ଗାଡ଼ିରେ ଏତେ ଟଙ୍କା କିଭଳି ନିଆଯାଉଥିଲା, ତାହାକୁ ନେଇ ପୋଲିସର ସନ୍ଦେହ ବଢ଼ିଛି। ତେଣୁ ପୋଲିସ ବ୍ୟାଙ୍କର ଏକାଧିକ କର୍ମଚାରୀଙ୍କୁ ପଚରାଉଚରା କରିଛି। ଏପରି କି ଟଙ୍କା ନିଆଯିବା ସ୍ଥାନରୁ ଲୁଟ୍‌ ପର୍ଯ୍ୟନ୍ତ ବାଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଯାଞ୍ଚ କରୁଛି। ଯାଞ୍ଚ ଫଳରେ ପୋଲିସକୁ ଏହି ସିସିଟିଭି ଫୁଟେଜ ଦ୍ୱାରା ଏକ ବଡ ପ୍ରମାଣ ମିଳିିଛି। ଲୁଟ ସମୟରେ ଆସିଥିବା ଏକ ଇନୋଭା ଗାଡି ସମ୍ପର୍କରେ ତଦନ୍ତ କରିବା ପରେ ପୋଲିସ ଦୁଇ ଜଣଙ୍କୁ ସନ୍ଦେହରେ ଧରିଛି।
ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଖାରବେଳ ଇଷ୍ଟେଟ ନିକଟ ନିଛାଟିଆ ଶ୍ମଶାନ ପଡିଆ ନିକଟରେ ଶନିବାର ସନ୍ଧ୍ୟାରେ ଏହି ଡକାୟତି ହୋଇଥିଲା। ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖାରୁ ୨ ଜଣ କର୍ମଚାରୀ ଏକ ଓଲା କାରରେ ୩୫ଲକ୍ଷ ଟଙ୍କା ନେଇ ଶହୀଦନଗର ମୁଖ୍ୟ ଶାଖାରେ ଜମା କରିବା ପାଇଁ ଆସୁଥିଲେ। ହେଲେ ବାଟରେ ଏକ ଇନୋଭା କାର୍‌ ସେମାନଙ୍କୁ ପିଛା କରି ସାଇଟ ମାରିଥିଲା। ପରେ ଓଲା କାର ନରଖି କଚା ରାସ୍ତା ଦେଇ କିଛି ବାଟଯିବା ପରେ ଦୁବୃର୍ତ୍ତମାନେ ଉକ୍ତ କାରକୁ ଅଟକାଇଥିଲେ। ପରେ ଇନୋଭାରେ ବସିଥିବା ୭ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ୩୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

Share