ବ୍ୟାଙ୍କ୍‌ ସମୟରେ ପରିବର୍ତ୍ତନ: ସକାଳ ୮ଟାରୁ ଦିନ ୨ଟା ଯାଏ ଖୋଲାରହିବ

ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକ୍‌ଡାଉନ ଜାରି ରହିଛି। ତେବେ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାଙ୍କଗୁଡିକୁ ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ସ୍ବାର୍ଥ ପାଇଁ ବ୍ୟାଙ୍କଗୁଡିକର ଖୋଲା ରହିବା ସମୟରେ ପରିବର୍ତ୍ତନ ହୋଇଛି। ତେବେ କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର, କୋରାପୁଟ ଓ ଭୁବନେଶ୍ୱରକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳରେ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। ଲକ୍‌ଡାଉନ ଅବଧି ସରିବା ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଗ୍ରାହକଙ୍କ ପାଇଁ ଖୋଲା ରହିବ। ତେବେ ଏହି ଅବଧି ମଧ୍ୟରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।

Share