Categories: ବାଣିଜ୍ୟ

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ ଅଞ୍ଚଳରେ ଲକ୍‌ଡାଉନରେ ଫସି ରହିଥିବା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଆବଶ୍ୟକତା ଭିତ୍ତିରେ ବ୍ୟକ୍ତିବିଶେଷଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଣ ଦିଗରେ ଏହା କାର୍ଯ୍ୟ କରୁଛି। ବ୍ୟାଙ୍କର ଉପଆଞ୍ଚଳିକ ପ୍ରବନ୍ଧକ ଭରତ ବରାଡ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ବିଜନେସ୍‌ କରେସପଣ୍ଡେଣ୍ଟଙ୍କୁ ନିୟୋଜିତ କରାଯିବା ସହ ଆଧାର ଦ୍ୱାରା ଟଙ୍କା ଜମା ଏବଂ ଉଠାଣ କରିବାର ସୁବିଧା ଦିଆଯାଉଛି। ଲକ୍‌ଡାଉନ ସମୟରେ ଲୋକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ବିଚାର କରି ଏଭଳି ଏକ ସେବା ଯୋଗାଣ ହେଉଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

Share