ଭୁବନେଶ୍ୱର,୨୩-୭: ବ୍ୟାଙ୍କ ଅଫ୍ ବରୋଦା ଆସେଟ ରିକଭରି ମ୍ୟାନେଜମେଣ୍ଟ ଶାଖା ପକ୍ଷରୁ ୧୧୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ପ୍ରବନ୍ଧକ ଏନ୍ .କିସ୍ପୋଟା, ମୁଖ୍ୟ ପ୍ରବନ୍ଧକ କୁମାର ଗୌତମ, ବରିଷ୍ଠ ପ୍ରବନ୍ଧକ ଅଜୟ ପଣ୍ଡା ଉପସ୍ଥିତ ଥିଲେ। ସ୍ଥାନୀୟ ଏକ ବୃଦ୍ଧାଶ୍ରମକୁ ଏକ ଟିଭି ପ୍ରଦାନ କରାଯାଇଛି। ସେହିଭଳି ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଠାନ୍ନ ମଧ୍ୟ ବଣ୍ଟନ ହୋଇଥିଲା। ଏଥିରେ କୁମାର ଗୌତମ ବ୍ୟାଙ୍କର ବିଭିନ୍ନ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କକୁ ସଫଳ କରିବା ଦିଗରେ କର୍ମଚାରୀମାନେ ଯୋଗଦାନ ରଖିବା ଉପରେ ମୁଖ୍ୟ ପ୍ରବନ୍ଧକ କାସ୍ପୋଟା ଗୁରୁତ୍ୱାରୋପ କରିଥିଲେ।