Categories: ବାଣିଜ୍ୟ

ବ୍ୟାଙ୍କ ଜମା ବୀମା କ୍ଷେତ୍ରରେ ଭାରତ ବହୁ ପଛରେ

ନୂଆଦିଲ୍ଲୀ, ୨୦-୧୧: ବ୍ୟାଙ୍କରେ ଗ୍ରାହକ ଜମା କରୁଥିବା ଅର୍ଥ ଉପରେ ମିଳୁଥିବା ବୀମା ଭାରତରେ ୧ ଲକ୍ଷ ଟଙ୍କା ରହିଛି। ସାରା ବିଶ୍ୱ କଥା ବିଚାର କଲେ ଉକ୍ତ ବର୍ଗରେ ଭାରତରେ ବୀମା ସବୁଠାରୁ କମ୍‌ ରହିଛି। ବ୍ରାଜିଲରେ ଏହା ୪୨ ଲକ୍ଷ ଟଙ୍କା ରହିଥିବା ବେଳେ ରୁଷରେ ୧୨ ଲକ୍ଷ ଟଙ୍କାର ବୀମା କଭର ଲୋକଙ୍କୁ ପ୍ରଦାନ କରାଯାଉଥିବା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ସୂଚନା ରହିଛି। ଏହି ବୀମା ରାଶିକୁ ସରକାର ବଢାଇବା ଲାଗି ଯୋଜନା କରୁଥିବା ଜଣାପଡିଛି। ଅପରପକ୍ଷରେ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବଢୁ ବୋଲି ରିଜର୍ଭ ବ୍ୟାଙ୍କ କର୍ମଚାରି ସଂଘ ସରକାରଙ୍କ ନିକଟରେ ଦାବୀ ରଖିଛି। ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଠକେଇ ପରେ ଏଭଳି ଦାବି ଜୋର ଧରିଛି।

Share