Categories: ବାଣିଜ୍ୟ

ବ୍ୟାଙ୍କ ଠକେଇ ମାମଲା;ଇଣ୍ଟରପୋଲ ସହାୟତାରେ ସିଏମ୍‌ଡିଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୨-୯: ବହୁ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅହମ୍ମଦାବାଦ୍‌ସ୍ଥିତ ଏକ କମ୍ପାନୀର ସିଏମ୍‌ଡିଙ୍କୁ ଗିରଫ କରିଛି। ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ସାଇ ଇନ୍‌ଫୋସିଷ୍ଟମ(ଇଣ୍ଡିଆ) ଲିମିଟେଡର ଚିଫ୍‌ ମ୍ୟାନେଜିଂ ଡାଇରେକ୍ଟର(ସିଏମ୍‌ଡି) ସୁନିଲ ସୁରେନ୍ଦ୍ରକୁମାର କକ୍କଡଙ୍କୁ ଇଣ୍ଟରପୋଲ ଲାଇବେରିଆରେ ଅଟକ ରଖିଥିଲା। କକ୍କଡ ତାଙ୍କର ଅହମ୍ମଦାବାଦ୍‌ସ୍ଥିତ କମ୍ପାନୀ ସାଇ ଇନ୍‌ଫୋସିଷ୍ଟମ ଲିମିଟେଡ, ଆଟ୍ରିମ ଇନ୍‌ଫୋକମ୍‌ ପ୍ରାଇଭେଟ ଲିମିଟେଡ ଏବଂ କ୍ଲିକ୍‌ ଟେଲିକମ୍‌୍‌ ପ୍ରାଇଭେଟ ଲିମିଟେଡ ଜରିଆରେ ବିଭିନ୍ନ ବ୍ୟାଙ୍କରୁ ୮୬୭.୪୩ କୋଟି ଟଙ୍କା ଋଣ ନେଇଥିଲେ। ପରେ ସେ ଏହି ଟଙ୍କାକୁ ମନି ଲଣ୍ଡରିଂ ଜରିଆରେ ବିଦେଶ ପଠାଇଥିଲେ। କକ୍କଡ ନିଜର ୩ କମ୍ପାନୀକୁ ପବ୍ଲିକ୍‌ ଲିମିଟେଡ କମ୍ପାନୀ ଭାବେ ପ୍ରତିଷ୍ଠିତ କରି ଜାଲିଆତି ମାଧ୍ୟମରେ ବ୍ୟାଙ୍କରୁ ଋଣ ହାସଲ କରିଥିଲେ ବୋଲି ଇଡି ଅଭିଯୋଗ କରିଛି।

Share