ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ ପରିଡା, ତୋଫାନ ଦାସ, ଲିଲୁ ଦଳେଇ, ଅମର କୁମାର ଦଳେଇ, ବିକ୍ରମ ଦାସ ଓ ମନୋଜ ଦାସ। ସେମାନଙ୍କଠାରୁ ଦୁଇଟି ବୋମା,  ୨ ଖଣ୍ଡା, ଗୋଟିଏ ଲୁହାରଡ ଜବତ କରାଯାଇଛି। କୁନାଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନାରେ ୨୨ ମାମଲା ରହିଥିବା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ସୋମବାର ରାତିରେ ରଣ୍ଢା  ଓ ଚିକରଡା ରାସ୍ତାରେ ଥିବା ଏକ ନିର୍ମାଣାଧୀନ କୋଠାରେ ଅଭିଯୁକ୍ତମାନେ ରଣ୍ଢାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ପାଇଁ ଯୋଜନା କରୁଥିଲେ। ପୋଲିସ ଏହି ସୂଚନା ପାଇ ସେଠାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଏ ନେଇ ଥାନାରେ ନଂ. ୧୧୧/୧୯ରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଏକାଧିକ ମାମଲାର ଅଭିଯୁକ୍ତ କୁନାଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ତାଙ୍କୁ କୋର୍ଟଚାଲାଣ କରାଯାଇଥିଲେ ମଧ୍ୟ ପରେ ଜାମିନରେ ମୁକୁଳିଥିଲେ।