Categories: ଜାତୀୟ

ବ୍ୟାଙ୍କ ଦୁର୍ନୀତି ମାମଲା: ଶରଦ ପାଓ୍ବାରଙ୍କୁ ହାଜର ହେବାକୁ ମନାକଲା ଇଡି

ନୂଆଦିଲ୍ଲୀ,୨୭ା୯: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମଏସ୍‌ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଥିଲା। କିନ୍ତୁ ଇଡି ପକ୍ଷରୁ ପାଓ୍ବାରଙ୍କୁ ମେଲ୍‌ ଯୋଗେ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଇଡି ଅଫିସ୍‌ ଯାଇ ନିଜ ପକ୍ଷ ରଖିବାକୁ ଅଡି ବସିଛନ୍ତି ପାଓ୍ବାର। ଇଡି ଅଫିସରେ ହାଜର ହେବା ପୂର୍ବରୁ ଏନସିପି କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ, ଏମଏସ୍‌ସିବ ଦୁର୍ନୀତି ମାମଲାରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ଏଥିରେ ଶରଦ ପାଓ୍ବାର ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ ଅନେକ ବ୍ୟକ୍ତି ତଦନ୍ତ ଘେରକୁ ଚାଲିଆସିଛନ୍ତି। ତେବେ କୌଣସି ଦୁର୍ନୀତି କରି ନ ଥିବା ପାଓ୍ବାର କହିଥିବାବେଳେ ଇଡିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।

Share