ବ୍ୟାଙ୍କ ବୁଡିଗଲେ ବି ମିଳିବ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ବ୍ୟାଙ୍କ ଜମାକୁ ନେଇ ସରକାର ବଡ ଘୋଷଣା କରିଛନ୍ତି। ବ୍ୟାଙ୍କ ବୁଡିଗଲେ ବି ଗ୍ରାହକଙ୍କର ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସୁରକ୍ଷିତ ରହିବ ବୋଲି ଏଥର ବଜେଟରେ ଘୋଷଣା କରାଯାଇଛି। ବ୍ୟାଙ୍କରେ ଟଙ୍କା ଜମା କରୁଥିବା ଗ୍ରାହକଙ୍କ ପାଇଁ ଇନ୍ୟୁରାନ୍ସ କଭର ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା କରିଦିଆଯାଇଛି। ଯଦିଓ ବ୍ୟାଙ୍କ ବୁଡିଯାଏ ତେବେ ୫ଲକ୍ଷ ପର୍ଯ୍ୟନ୍ତ ଜମାରାଶି ସୁରକ୍ଷିତ ରହିବ। ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ(ପିଏମ୍‌ସି)କୁ ନେଇ ଥିବା ଅଡୁଆକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗତବର୍ଷ ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯାଇଥିଲା। ଏହାପରେ ଜମାକାରୀ ଫସି ଯାଇଥିଲେ। ଏହାକୁ ନେଇ ଦାବି ହୋଇଥିଲା କି ଜମାକାରୀଙ୍କୁ ୨ଗୁଣା ଦିଆଯାଉ। ହେଲେ ଏଥର ଅର୍ଥମନ୍ତ୍ରୀ ଏଥିରେ ଦୁଇଗୁଣାରୁ ଅଧିକ ଦେଇଛନ୍ତି।

Share