ବ୍ୟାଙ୍କ ଭିତରେ ସାମାଜିକ ଦୂରତା ପାଳନ, ବାହାରେ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୧୯ା୪- କରୋନା ଲକ୍‌ଡାଉନ୍‌ ସମୟରେ ବ୍ୟାଙ୍କ କାର୍ଯ୍ୟକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଯାଉଥିବାରୁ ଅଧିକ ଉପଭୋକ୍ତଙ୍କୁ ବ୍ୟାଙ୍କ ଭିତରକୁ ପ୍ରବେଶ କରାଇ ଦିଆଯାଉନାହିଁ ା ଫଳରେ ଲୋକେ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇ କିମ୍ବା ଧାଡି ଲମ୍ବାଇ ଦୀର୍ଘ ସମୟ ଧରି ଠିଆ ହେଉଛନ୍ତି ା ଏହି ସମୟରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ହେଉଥିବା ଦେଖାଯାଉଛି ା ଖାଲି ଏତିକି ନୁହେଁ ଏହାଦ୍ୱାରା ଅଂଶୁଘାତ ସମସ୍ୟା ଆଶଙ୍କା ବୃଦ୍ଧି ପାଇଲାଣି ା ବ୍ୟାଙ୍କ ଭିତରେ ସାମାଜିକ ଦୂରତ୍ୱ ପାଳନ ନଁାରେ ଲୋକଙ୍କୁ ପ୍ରବେଶ କରାଇ ଦିଆଯାଉ ନ ଥିବାବେଳେ ବ୍ୟାଙ୍କ ସମ୍ମୁଖରେ ନିୟମ ଉଲ୍ଲଂଘନ କରାଯାଉଥିବାରୁ ଏହାର ଫଳ କ’ଣ ହେବ ବୋଲି ପ୍ରଶ୍ନ ହେଉଛି ା ବଲାଙ୍ଗୀର ରାଧାରାଣୀପଡାରେ ଥିବା ୟୁନିଅନ୍‌ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ଅହେତୁକ ଭିଡ ପରିଲକ୍ଷିତ ହେଉଛି ା ଲୋକେ ଧାଡି ଲମ୍ବାଇ ଦୀର୍ଘ ସମୟ ଧରି ବ୍ୟାଙ୍କ ସମ୍ମୁଖରେ ଠିଆ ହେଉଛନ୍ତି। ତେବେ ଏହି ଲମ୍ବା ଧାଡିରେ ଠିଆ ହେବା ବେଳେ ସାମାଜିକ ଦୂରତ୍ୱ ପାଳନ ହେଉନାହିଁ ା ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ କଷ୍ଟ ଭୋଗୁଛନ୍ତି ା ବଲାଙ୍ଗୀରରେ ଏବେ ପୂର୍ବାହ୍ନ ୧୦ଟାରୁ ଟାଣ ଖରା ହେଉଛି ା ଏଭଳି ଖରାରେ ଲୋକେ ଦୀର୍ଘ ସମୟ ଧରି ଠିଆ ହେଉଛନ୍ତି ା ଏହା ସହିତ ସେଠାରେ ପିଇବା ପାଣି ବ୍ୟବସ୍ଥା କରାଯାଉ ନ ଥିବାରୁ ଏହି ଆଶଙ୍କା ଦ୍ୱିଗୁଣିତ ହେଉଛି ା କାନାରା ବ୍ୟାଙ୍କରେ ମଧ୍ୟ ସମାନ ସ୍ଥିତି ରହିଛି ା ଉକ୍ତ ବ୍ୟାଙ୍କ ସମ୍ମୁଖରେ ଏକ ଚାନ୍ଦୁଆ ଟଣା ଯାଇଥିଲେ ମଧ୍ୟ ସେଠାରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିତ୍ବାରୁ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେଉଥିବା ଦେଖାଯାଉଛି ା ବ୍ୟାଙ୍କ ସମ୍ମୁଖରେ ସାମାଜିକ ଦୂରତ୍ୱ କଡାକଡି କରିବା ଏବଂ ଅଂଶୁଘାତ ଆଶଙ୍କାର ପ୍ରତିକାର ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ା

Share