ନୂଆଦିଲ୍ଲୀ,୩। ୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ସିଇଓଙ୍କୁ ଶନିବାର ଭେଟିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ବ୍ୟାଙ୍କଗୁଡିକର ଯୋଗଦାନ ଉପରେ ସେ ସମୀକ୍ଷା କରିଛନ୍ତି। ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍ବିଏଫ୍ସି)ଗୁଡିକୁ ସହାୟତା ଏବଂ ମୋରାଟୋରିୟମ ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଡେପୁଟି ଗଭର୍ନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରକୁ ପୁଞ୍ଜି ପ୍ରବାହ, ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ, ହାଉସିଂ ଫାଇନାନ୍ସ କମ୍ପାନୀ ଏବଂ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇଥିଲା। ଲକ୍ଡାଉନ ସମୟରେ ବ୍ୟାଙ୍କଗୁଡିକର କାର୍ଯ୍ୟକଳାପକୁ ଗଭର୍ନର ପ୍ରଶଂସା କରିଥିବା ଜଣାପଡିଛି।